ଶେଷ ଟେଷ୍ଟ ମ୍ୟାଚରେ ବର୍ଷା, ବିଗାଡ଼ି ଦେବ ଟିମ୍ ଇଣ୍ଡିଆର ଖେଳ!

ଚତୁର୍ଥ ଦିନରେ ପାଗ କିପରି ରହିବ?

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ କେନିଂଟନ୍ ଓଭାଲ୍ ଗ୍ରାଉଣ୍ଡରେ ଖେଳାଯାଉଛି।  ଏହି ମ୍ୟାଚରେ ତିନି ଦିନର ଖେଳ ଶେଷ ହୋଇଛି।  ଆଉ ଟିମ୍ ଇଣ୍ଡିଆଅ ଏଠାରେ ଅଗ୍ରଣୀ ଥିବା ପରି ମନେ ହେଉଛି।

ଆଜି ଏହି ମ୍ୟାଚର ଚତୁର୍ଥ ଦିନ ଖେଳ ହେବ।  ଯେଉଁଠାରେ ଟିମ୍ ଇଣ୍ଡିଆ ଇଂଲଣ୍ଡର ବ୍ୟାଟ୍ସମ୍ୟାନମାନଙ୍କୁ ଖୁବଶୀଘ୍ର ଅଲଆଉଟ୍ କରି ଏହି ମ୍ୟାଚକୁ ଜିତିବାକୁ ଚେଷ୍ଟା କରିବ।  ହେଲେ ଏହି ସମୟରେ ଆମେ ଆପଣଙ୍କୁ କହି ରଖୁଛି ଯେ, ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଓଭାଲରେ ପାଗ କିପରି ରହିବ?

ଶେଷ ମ୍ୟାଚରେ ଓଭାଲରେ ପାଗ: ଓଭାଲ ଟେଷ୍ଟ ମ୍ୟାଚର ପ୍ରଥମ ଦୁଇ ଦିନରେ ବହୁତ ବର୍ଷା ହୋଇଥିଲା।  ସେହି ଦୁଇ ଦିନ ବର୍ଷା ଯୋଗୁଁ ମ୍ୟାଚକୁ ଅନେକ ଥର ବନ୍ଦ କରିବାକୁ ପଡିଥିଲା।

କିନ୍ତୁ ତୃତୀୟ ଦିନର ଖେଳ ବିନା କୌଣସି ବାଧାରେ ଶେଷ ହୋଇଥିଲା।  ଏହି ଦିନ କୌଣସି ବର୍ଷା୍ ହୋଇନଥିଲା।  କିନ୍ତୁ ପାଣିପାଗ ରିପୋର୍ଟ ଅନୁଯାୟୀ, ଚତୁର୍ଥ ଦିନର ଖେଳ ସମୟରେ ବର୍ଷା ହେବାର ସମ୍ଭାବନା ରହିଛି।

ଆକ୍ୟୁୱେଦର ରିପୋର୍ଟ ଅନୁଯାୟୀ, ଚତୁର୍ଥ ଦିନ ଅପରାହ୍ନରେ ଓଭାଲରେ ବର୍ଷା ହେବାର ସମ୍ଭାବନା ୪୦-୫୦ ପ୍ରତିଶତ ରହିଛି। ଚତୁର୍ଥ ଦିନର ପ୍ରଥମ ସେସନ୍‌ରେ ପାଗ ସଫା ରହିବାର ସମ୍ଭାବନା ଅଛି, କିନ୍ତୁ ଦ୍ୱିତୀୟ ସେସନ୍‌ରେ ବର୍ଷା ଯୋଗୁଁ ମ୍ୟାଚ୍‌କୁ ବନ୍ଦ କରିବାକୁ ପଡିପାରେ। ଏହି ସମୟ ମଧ୍ୟରେ ସେଠାରେ ତାପମାତ୍ରା ପ୍ରାୟ ୧୮ ରୁ ୨୨ ଡିଗ୍ରୀ ସେଲ୍ସିୟସ୍ ରହିପାରେ।

ପଞ୍ଚମ ଟେଷ୍ଟ ମ୍ୟାଚର ସ୍ଥିତି: ମ୍ୟାଚ୍ ବିଷୟରେ କହିବାକୁ ଗଲେ ଓଭାଲ୍ ଟେଷ୍ଟ ମ୍ୟାଚର ତୃତୀୟ ଦିନ ସମ୍ପୂର୍ଣ୍ଣ ଭାବରେ ଟିମ୍ ଇଣ୍ଡିଆ ନାଁରେ ଥିଲା। ଭାରତ ପାଇଁ ଯଶସ୍ୱୀ ଜୟସ୍ୱାଲ ଏକ ଚମତ୍କାର ଶତକ ହାସଲ କରିଥିଲେ। ସେ ୧୩୪ ବଲ୍‌ରେ ୧୧୮ ରନ୍ କରିବା ପରେ ଆଉଟ୍ ହୋଇଥିଲେ।

ଏହି ସମୟରେ ସେ ୧୪ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ତାଙ୍କ ବ୍ୟତୀତ ଆକାଶ ଦୀପ (୬୬), ରବିନ୍ଦ୍ର ଜାଡେଜା (୫୩) ଏବଂ ୱାଶିଂଟନ୍ ସୁନ୍ଦର (୫୩) ଅର୍ଦ୍ଧଶତକୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ।

ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ମଧ୍ୟ ଗୋଟିଏ ୱିକେଟ୍ ହରାଇ ୫୦ ରନ୍ କରିଥିଲା। ଇଂଲଣ୍ଡକୁ ଏଠାରୁ ଜିତିବା ପାଇଁ ୩୨୪ ରନ୍ ଆବଶ୍ୟକ।