ଭୁବନେଶ୍ବର: ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଅବପାତରୁ ଗଭୀର ଅବପାତର ରୂପ ନେଇଛି । ସାଗର ଦ୍ବୀପ ପାଖରେ ସ୍ଥଳଭାଗ ଛୁଇଁଛି । ପଶ୍ଚିମବଙ୍ଗ-ବାଂଲାଦେଶ ଆଡକୁ ମୁହାଁଇଛି ।
ଆଜିଠୁ କମିବ ବର୍ଷା- ଏହାରି ଭିତରେ ମୌସୁମୀ ଓଡ଼ିଶା ଛୁଇଁଥିବା ବେଳେ ଦକ୍ଷିଣ ଓଡ଼ିଶା ସମେତ ଅନେକ ସ୍ଥାନରେ ବର୍ଷା ହୋଇଛି । କିନ୍ତୁ ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଜି ଠାରୁ ବର୍ଷା କମିବ ।
1ରୁ ଖରା- ଆସନ୍ତାକାଲି ଅଳ୍ପ କିଛି ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ 1 ତାରିଖରୁ ଗରମର ପ୍ରକୋପ ବଢ଼ିବ । ଆସନ୍ତା 1ରୁ 3 ତାରିଖ ଯାଏଁ ତାପମାତ୍ରା ଅଧିକ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ଆଜି ଅନେକ ସ୍ଥାନରେ ଘଡଘଡ଼ି ସହିତ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । କୋରାପୁଟ, ମାଲକାନଗିରି, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ମୟୂରଭଞ୍ଜ ଏବଂ ବାଲେଶ୍ବରର କିଛି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି ।
40ରୁ 50 କିମି ବେଗରେ ପବନ ବୋହିବା ସହିତ ବର୍ଷା ମଧ୍ୟ ହୋଇପାରେ । ଓଡ଼ିଶାର 10 ଜିଲ୍ଲାରେ ପ୍ରବେଶ କରିଛି ମୌସୁମୀ ।