fbpx

ମସଜିଦରେ ଲାଉଡ ସ୍ପିକର ବନ୍ଦ କର: ନଚେତ୍ ଆମେ ବି ବଜେଇବୁ ହନୁମାନ ଚାଳିଶା

Advertisement

ନୂଆଦିଲ୍ଲୀ: ମସଜିଦରେ ଲାଉଡ ସ୍ପିକର ଜରିଆରେ ନମାଜ ପଢାକୁ ନେଇ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି ରାଜ୍ ଠାକରେ । ଜୋର ସାଉଣ୍ଡରେ ମସଜିଦରେ ନମାଜ ପଢା ଯିବାକୁ ବିରୋଧ କରିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏହି ବ୍ୟବସ୍ଥା ପ୍ରତ୍ୟାହାର ପାଇଁ ମଧ୍ୟ ରାଜ ଅନୁରୋଧ କରିଛନ୍ତି । ମୁମ୍ବାଇର ଶିବାଜୀ ପାର୍କ ଅଞ୍ଚଳରେ ଏକ ରାଲିରେ ନିଜ କର୍ମୀଙ୍କୁ ଉଦବୋଧନ ଦେବା ଅବସରରେ ଏମିତି କିଛି କହିଥିଲେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ । ମସଜିଦ ଗୁଡିକରେ ମାଇକ ଲଗାଇ ଜୋରରେ ସାଉଣ୍ଡ ସହିତ ନମାଜ ପଢା ଯାଉଛି । ଯଦି ଏହାକୁ ମହାରାଷ୍ଟ୍ର ସରକାର ନ ରୋକନ୍ତି ତା ହେଲେ ମସଜିଦ ବାହାରେ ଆମେ ହନୁମାନ ଚାଳିଶା ପାଠ କରିବୁ ।

ଏହା ସହିତ ରାଜ ଠାକରେ କହିଥିଲେ ମୁଁ ବ୍ୟକ୍ତିଗତ ଭାବରେ ପ୍ରାର୍ଥନା ଅଥବା କୌଣସି ଧର୍ମ ବିରୋଧରେ ନୁହେଁ । ମୁଁ ମୋ ଧର୍ମକୁ ସମ୍ମାନ କରିଥାଏ । ନିଜ ଦାଦା ପୁଅ ଭାଇ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସମାଲୋଚନା କରିଥିଲେ ରାଜ୍ ଠାକରେ । ଯେଉର୍ ଶକ୍ତିଙ୍କ ବିରୋଧରେ ଲଢିବା ପାଇଁ ଲୋକ ଭୋଟ ଦେଇଥିଲେ ସେହି ଶକ୍ତି ସହିତ ହାତ ମିଶାଇ ସେ ମହାରାଷ୍ଟ୍ର ଜନତାଙ୍କୁ ଠକିଛନ୍ତି ବୋଲି ରାଜ ଅଭିଯୋଗ କରିଛନ୍ତି । ସେହିପରି ସରକାରରେ ରହିଥିବା ଶରଦ ପୱାରଙ୍କ ଏନସିପି ମହାରାଷ୍ଟ୍ରରେ ଜାତିବାଦକୁ ପ୍ରୋତ୍ସାହନ ଦେଉଛି ବୋଲି କହିଛନ୍ତି ଏମଏନଏସ ମୁଖ୍ୟ ।

Get real time updates directly on you device, subscribe now.