ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞକ୍ତି ପ୍ରକାଶ ପାଇଛି । ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ଡିସେମ୍ବର ୧୦ ନାମାଙ୍କନର ଶେଷ ତାରିଖ । ଡିସେମ୍ବର ୧୧ରେ ପାର୍ଥୀପତ୍ର ଯାଞ୍ଚ । ଡିସେମ୍ବର ୧୩ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ୨୦ରେ ଭୋଟ ଗ୍ରହଣ ।
ରାଜ୍ୟସଭା ସାଂସଦ ସୁଜିତ କୁମାର ଇସ୍ତଫା ଦେବାପରେ ଖାଲି ପଡ଼ିଥିବା ରାଜ୍ୟସଭା ପଦ ପାଇଁ ଆସନ୍ତା ଡିସେମ୍ବର ୨୦ ତାରିଖରେ ଏହି ଉପନିର୍ବାଚନ ହେବ। ଆଗରୁ ନିର୍ବାଚନ କମିସନ ଏହାର ଘୋଷଣା କରିଥିଲେ।
ରାଜ୍ୟସଭା ସଦସ୍ୟ ପଦ ଓ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ ସୁଜିତ । ଏଥିଲାଗି ରାଜ୍ୟସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ତାପରେ ସେ ପଦ୍ମ ଧରିଥିଲେ।