ଲେଖକ ବର୍ଗରେ ରାକେଶ ପଣ୍ଡାଙ୍କୁ ‘ସଂସ୍କୃତି ସେବା ସମ୍ମାନ-୨୦୨୫’ରେ ସମ୍ମାନିତ

ରାକେଶଙ୍କୁ ସମ୍ମାନିତ କଲେ ରାଜ୍ୟସଭା ସାଂସଦ ସୁଲତା ଦେଓ।

ଭୁବନେଶ୍ୱର:  ଆମ ସମାଜରେ ଏମିତି ଅନେକ ପ୍ରତିଭା ରହିଛି ଯାହାକି ଲୋକଙ୍କ ସାମ୍ନାକୁ ଆସିପାରେନାହିଁ। ଏବଂ ବଣ ମଲ୍ଲୀ ବଣରେ ଫୁଟି ମୋଉଳି ଯିବା ପରି ସେମାନେ ମଧ୍ୟ ସମୟ ଚକ୍ରରେ ଚାପି ହୋଇ ମଉଳି ଯାଆନ୍ତା।

ହେଲେ ଆଜିର ଯୁବପୀଢିଙ୍କ ପାଇଁ ରାକେଶ ପଣ୍ଡା ଉଦାହରଣ ସାଜିଛନ୍ତି। ସାଂପ୍ରତିକ ସ୍ଥିତିକୁ ଆଧାର କରି ସୃଜନଶୀଳତା ତଥା ଲେଖନୀ ମାଧ୍ୟମରେ ସମାଜରେ ବିପ୍ଳବ ସୃଷ୍ଟି କରିଛନ୍ତି।

କେବଳ ସେତିକି ନୁହେଁ, ବୁଦ୍ଧିଜୀବୀ ଓ ଯୁବବର୍ଗଙ୍କୁ ପ୍ରଭାବିତ କରିବା, ଏବଂ ସମାଜର ଶ୍ରେଷ୍ଠ ହିତ ସାଧନ ତଥା ଓଡିଆ ଭାଷା, ସାହିତ୍ଯ ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିବାରେ ଅତୁଳନୀୟ ଅବଦାନ ନିମନ୍ତେ, ବିଶିଷ୍ଟ ଯୁବ ଲେଖକ ତଥା ସ୍ତମ୍ଭକାର ରାକେଶ ପଣ୍ଡାଙ୍କୁ ‘ସଂସ୍କୃତି ସେବା ସମ୍ମାନ-୨୦୨୫’ ରେ ସମ୍ମାନିତ କରାଯାଇଛି।

କଳାଭୂମି ଅନୁଷ୍ଠାନ ତରଫରୁ ଗୁରୁବାର ପଟିଆ, ଭୁବନେଶ୍ୱର ଠାରେ ‘ମହା ବିଷୁବ ସଂକ୍ରାନ୍ତି ଉତ୍ସବ’ ର ଉଦଯାପନୀ କାର୍ଯ୍ୟକ୍ରମରେ ଲେଖକ ବର୍ଗରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ପଣ୍ଡାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଉତ୍ତର ବିଧାୟକ, ଶ୍ରୀ ସୁଶାନ୍ତ କୁମାର ରାଉତ, ସାଫୋ ର ରାଜ୍ୟ ସଭାପତି ଶ୍ରୀ ନାରାୟଣ ଚନ୍ଦ୍ର ଓଝା, କଳାଭୂମି ଓଡିଶାର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ପତିଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।