ନୂଆଦିଲ୍ଲୀ: ଆଜିକାଲି ବିବାହରେ ଲୋକେ ନିଜ ବିବାହକୁ ସ୍ମରଣୀୟ କରିବା ଲାଗି କୌଣସି ବି ସୁଯୋଗକୁ ହାତଛଡା କରୁନାହାନ୍ତି। ବଢୁଥିବା ନୂଆ ଟ୍ରେଣ୍ଡ ଅନୁସାରେ, ଲୋକେ ପ୍ରି-ୱେଡିଂ ସୁଟ୍, ଫଟୋ ସୁଟ୍ ଏବଂ ଫଟୋ ୱେଡିଂ ସୁଟ୍ କରୁଛନ୍ତି। ଡେଷ୍ଟିନେସନ ୱେଡିଂ ଏବଂ ଥିମ୍ ବେସ୍ଡ ୱେଡିଂର ମଧ୍ୟ ଚଳନି ଖୁବ ଜୋରରେ ବଢିବାରେ ଲାଗିଛି। ତେବେ ବର୍ତ୍ତମାନ ଏପରି ଏହ ଥିମ୍ ବେସ୍ଡ ୱେଡିଂର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି। ଯେଉଁଥିରେ ଏକ କପଲଙ୍କ ବିବାହକୁ ସୀତା ସ୍ୱୟଂବରର ରୂପ ପ୍ରଦାନ କରାଯାଇଛି। ଭିଡିଓ ଯେତେବେଳେ ଭାଇରାଲ ହେଲା ଏବଂ ଲୋକେ ଏହାକୁ ଦେଖି ତୀବ୍ରତା ପ୍ରକାଶ କରିଛନ୍ତି। ଏହି ଉତ୍ତେଜିତ ଲୋକଙ୍କ କହିବାନୁଯାୟୀ, ହିନ୍ଦୁ ଧର୍ମକୁ ପରିହାସ କରାଯାଉଛି।
କିଛି ଲୋକଙ୍କ ବିବାହର ଏପରି ଥିମ୍ କୁ ପ୍ରଶଂସା କରି ନିଜର ପ୍ରତିକ୍ରିୟା ଜାରି କରିଛନ୍ତି। ଲୋକେ କହିଛନ୍ତି ଯେ, ଏହା କୌଣସି ଭୁଲ୍ ବିଚାର ନୁହେଁ। ସେହି ଲୋକେ ଆମର ପ୍ରାଚୀନ ପରମ୍ପରା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରୁଛି। କିଛି ଲୋକେ କହିଛନ୍ତି ଯେ, ରାସ୍ତାରେ ଡ୍ୟାନ୍ସ କରିବା ଅପେକ୍ଷା ଏହା ବହୁତ ଭଲ। ଏଥିରେ ଖରାପ କଣ ଅଛି। ଲୋକେ ଏକ ସଭ୍ୟ ଭାବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହର ଏହି ଭିଡିଓ ସୋସିଆଲ ମିଡିଆରେ ଭିନ୍ନ-ଭିନ୍ନ ପ୍ଲାଟଫର୍ମରେ ଭାଇରାଲ ହେଉଛି। ଏହି ଭିଡିଓରେ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳିଛି।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ବିବାହ ଉତ୍ସବରେ ବରମାଳାର ଦୃଶ୍ୟ ସୀତା ସ୍ୱୟଂବର ଭଳି କୁହାଯାଉଛି। ଏଠାରେ ଏକ ଟେବୁଲ ଉପରେ ଶିବ ଧନୁର ପ୍ରତୀକ ଭାବେ ଏକ ଧନୁ ରଖାଯାଇଛି। ସୀତା ସ୍ୱୟଂବର ଭଳି ହିଁ ସେହି ଧନୁକୁ ପାଳି କରି ଜଣକ ପରେ ଜଣେ ଉଠାଇବାକୁ ଚେଷ୍ଟା କରୁଥିବା ନଜର ଆସିଛନ୍ତି। ସୀତା ସ୍ୱଂୟବର ଭଳି ସବୁଠୁ ଯୋଗ୍ୟ ପୁରୁଷକୁ ବଧୂ ମିଳିବ। ଏଥିପାଇଁ ବର ସେହି ଧନୁକୁ ଉଠାଇ ତୀର ମାରିଛନ୍ତି। ଏହା ପରେ ବଧୂ ସେହି ବରଙ୍କୁ ବରମାଳା ପିନ୍ଧ୍ଧମଥିବା ଦେଖିବାକୁ ମିଳିଛି।
View this post on Instagram