fbpx

ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଗର୍ଭଗୃହରେ ଉପସ୍ଥିତ ରହିବେ ଏହି ୪ ବ୍ୟକ୍ତି

Advertisement

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ୫ ଜଣ ଲୋକ ଉପସ୍ଥିତ ରହିବେ । ପ୍ରାଣ ପ୍ରତିଷ୍ଠା ସମୟରେ ଗର୍ଭ ଗୃହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତିତ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ, ସଂଘ ପ୍ରମୁଖ ମୋହନ ଭାଗବତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାମ ମନ୍ଦିରର ମୁଖ୍ୟ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଉପସ୍ଥିତ ରହିବେ । ୨୨ ଜାନୁୟାରୀରେ ପ୍ରାଣ ପ୍ରତିଷ୍ଠା ସମୟରେ ରାମଲଲାଙ୍କ ମୂର୍ତ୍ତି ଆଖିରୁ ଯେଉଁ ସମୟରେ ପଟ୍ଟୀ ହଟାଯିବ ସେହି ସମୟରେ ଗର୍ଭଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ ।

ପୂଜା କାର୍ଯ୍ୟକ୍ରମ ଲାଗି ଆଚାର୍ଯ୍ୟଙ୍କ ୩ ଗୋଟି ଟିମ୍ ଗଠନ କରାଯାଇଛି । ପ୍ରଥମ ଟିମ୍‌ର ନେତୃତ୍ୱ ନେଉଛନ୍ତି ସ୍ୱାମୀ ଗୋବିନ୍ଦ ଦେବ ଗିରି । ଆଚାର୍ଯ୍ୟଙ୍କ ଦ୍ୱିତୀୟ ଟିମ୍‌ର ନେତୃତ୍ୱ ନେଉଛନ୍ତି କାଞ୍ଚି କାମକୋଟି ଶଙ୍କରାଚାର୍ଯ୍ୟ ବିଜୟେନ୍ଦ୍ର ସରସ୍ୱତୀ । ଅନ୍ୟପକ୍ଷରେ ୩ୟ ଟିମ୍‌ରେ କାଶୀର ୨୧ଜଣ ବିଦ୍ୱାନ ରହିବେ ।

ଏଠାରେ ସୂଚାଇ ଦିଆଯାଇପାରେ କି ପ୍ରାଣ ପ୍ରତିଷ୍ଠା ସମୟରେ ଗର୍ଭଗୃହ ପରଦା ବନ୍ଦ ରହିଥାଏ । ପଟ୍ଟୀ ହଟାଇବା ପରେ ମୂର୍ତ୍ତିକୁ ଆଇନା ଦେଖାଯାଇଥାଏ । ଯାହାଫଳରେ କି ସମସ୍ତଙ୍କ ପୂର୍ବରୁ ଭଗବାନ ପ୍ରଥମେ ନିଜ ମୁହଁ ଦେଖିଥାନ୍ତି ।

Get real time updates directly on you device, subscribe now.