fbpx

ରାମେଶ୍ୱରମ କ୍ୟାଫେ ବିସ୍ଫୋରଣ ମାମଲା: ୧୧ଟି ସ୍ଥାନରେ NIAର ଚଢାଉ, ଦୁଇ ଡାକ୍ତରଙ୍କ ସମେତ ହେଡମାଷ୍ଟରଙ୍କୁ ମଧ୍ୟ ଜେରା

ନୂଆଦିଲ୍ଲୀ: ବେଙ୍ଗାଲୁରୁ ରାମେଶ୍ୱରମ କ୍ୟାଫେରେ ଜାତୀୟ ତଦନ୍ତକାରୀ ଦଳ ମଙ୍ଗଳବାର ଦିନ ସକାଳେ ବେଙ୍ଗାଲୁରୁ ଏବଂ କୋଏବଟୁର ସମେତ ୧୧ଟି ସ୍ଥାନରେ ରେଡ କରିଛନ୍ତି । ରିପୋର୍ଟ ମୁତାବକ, ଏନଆଇଏ କୁମାରସ୍ୱାମୀ ଲେଆଉଟ ଏବଂ ବନଶଙ୍କରୀରେ ଚଢାଉ କରିଛନ୍ତି । ଯାଞ୍ଚ ଏଜେନ୍ସି ଜାଫର ଇକବାଲ ଏବଂ ନୟନ ସାଦିକ ନାମକ ଦୁଇ ଡାକ୍ତରଙ୍କ ଘରେ କୋଏମ୍ବାଟୁରରେ ଥିବା ଦୁଇଟି ଘରେ ଚଢାଉ କରିଛନ୍ତି । ଏହି ମାମଲାରେ ବିସ୍ଫୋରଣ ଘଟାଇଥିବା ଦୁଇ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଛି ।

ଏହି ଦୁଇଜଣଙ୍କୁ ପଚରାଉଚରା ବେଳେ ଅନେକ ନାମ ସାମ୍ନାକୁ ଆସିଛି । ପୋଲିସ ଏହି ଲୋକମାନଙ୍କୁ ନେଇ ତଦନ୍ତ ଚଳାଇଛି । କର୍ଣ୍ଣାଟକ ରାଜ୍ୟର ପ୍ରେକ୍ଟିସିଙ୍ଗ ଡାକ୍ତର ଜାଫର ଇକବାଲ ଏବଂ ନୟନ ସାଦିକ ସାଇବାବା କଲୋନୀର ଏକ ପ୍ରାଇଭେଟ ହସ୍ପିଟାଲରେ କାମ କରୁଛନ୍ତି । ଆଜି ସକାଳେ ଏନଆଇଏର ଅଧିକାରୀମାନେ ଏହି ଡାକ୍ତରଙ୍କ ଘରକୁ ଯାଇ ଚଡାଉ କରିଥିଲେ । ଏକ ଘଣ୍ଟାର ତଦନ୍ତ ପରେ ଅଧିକାରୀ ଚାଲିଯାଇଛନ୍ତି ।

ଅନ୍ୟପକ୍ଷରେ ଏନଆଇଏର ଟିମ ଅନନ୍ତପୁର ଜିଲ୍ଲାର ରାୟଦୁର୍ଗମରେ ମଧ୍ୟ ପହଁଚିଛି । ଏଠାରେ ରିଟାୟର୍ଡ ହେଡମାଷ୍ଟର ଅବଦୁଲଙ୍କ ଘର ମଧ୍ୟ ଥିଲା । ଯାହାଙ୍କ ବିଷୟରେ କୁହାଯାଇଥିଲା ଯେ, ତାଙ୍କର ଆତଙ୍କବାଦୀଙ୍କ ସହ ସମ୍ବନ୍ଧ ଥିଲା । ଚଢାଉ ସମୟରେ ଏନଆଇଏ ଅଧିକାରୀମାନେ ଅବଦୁଲ ନାଗିଲା ବାବି ସ୍ଥିତ ଘରେ ଖୋଜାଖୋଜି କରାଯାଇଥିଲା । ଅବଦୁଲଙ୍କ ପୁଅ ବେଙ୍ଗାଲୁରୁରେ ରହୁଥିଲେ ଏବଂ କିଛି ଦିନ ହେଲା ସେ କୁଆଡେ ଯାଇଛନ୍ତି । ତେବେ ଏହି ସବୁ ମାମଲାକୁ ନେଇ ତଦନ୍ତ ଚାଲିଛି ।

Get real time updates directly on you device, subscribe now.