fbpx
BSKY SKY
BSKY SKY

ବିଦେଶରେ ଲାଇଭ୍ ଟେଲିକାଷ୍ଟ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

BSKY

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଦେଶବାସୀଙ୍କ ମନରେ ଉତ୍ସାହ ଓ ଆନନ୍ଦ ଦେଖାଦେଇଛି । ସେହିପରି ବିଦେଶରେ ମଧ୍ୟ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଭାବ ଦେଖିବାକୁ ମିଳିଛି । ବିଦେଶରେ ଥିବା ପ୍ରବାସୀ ଭାରତୀୟମାନେ ବି ଏହି ଐତିହାସିକ କ୍ଷଣର ସାକ୍ଷୀ ରହିବେ । ଅଯୋଧ୍ୟାରେ ହେବାକୁ ଥିବା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ଲାଇଭ୍ ଟେଲିକାଷ୍ଟ ଆମେରିକାର ନ୍ୟୁୟର୍କ ସହରର ଟାଇମ୍ସ ସ୍କେ୍ୱୟାରରେ ମଧ୍ୟ ପଦର୍ଶିତ ହେବ । ରିପୋର୍ଟରୁ ପ୍ରକାଶ ଯେ ଆମେରିକାର ପ୍ରତ୍ୟେକ ସହରରେ ରାମ ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମ ପ୍ରସାରିତ ହେବ ।

କହିରଖୁଛୁ ଆମେରିକା, ନେପାଳ, କାନାଡ଼ା ସମେତ ବିଶ୍ୱର ଅନ୍ୟ ଦେଶରେ ଅଧିକ ସଂଖ୍ୟାରେ ପ୍ରବାସୀ ଭାରତୀୟ ଥିବାରୁ ଏହି ସବୁ ସ୍ଥାନରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ଲାଇଭ୍ ଟେଲିକାଷ୍ଟ ହେବ । କିଛି ପାକିସ୍ତାନୀ ଆମେରିକୀୟ ମଧ୍ୟ ଗ୍ରେଟର ୱାଶିଂଟନ୍ କ୍ଷେତ୍ରରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ । ଆମେରିକାର ଟେକ୍ସାସରେ ‘ଶ୍ରୀ ସୀତା ରାମ ଫାଉଣ୍ଡେସନ’ ଦ୍ୱାରା ହ୍ୟୁଷ୍ଟନ୍ ସ୍ଥିତ ଶ୍ରୀ ରାମ ମନ୍ଦିରରେ ଉତ୍ସବର ଆରମ୍ଭ ସୁନ୍ଦରକାଣ୍ଡରୁ କରିବେ । ଏହା ପରେ ପାରମ୍ପରିକ ନାଚ, ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ପ୍ରଭୁ ଶ୍ରୀ ରାମଙ୍କ ଶୋଭାଯାତ୍ରା ପରେ ପ୍ରସାଦ ବଣ୍ଟନ କରି ଏହି ଉତ୍ସବର ସମାପନ କରାଯିବ । ସେହିପରି ମରିଶସ ସରକାରଙ୍କ ପକ୍ଷରୁ ହିନ୍ଦୁ ଅଧିକାରୀଙ୍କ ପାଇଁ ୨ ଘଣ୍ଟାର ବିଶେଷ ଅବକାଶ ଘୋଷଣା କରାଯାଇଛି ।

Get real time updates directly on you device, subscribe now.