fbpx

ଛୋଟ ଝିଅର ଫଟୋ ଦେଖି ଦିୱାନା ହୋଇଗଲେ ବଲିଉଡ ଆକ୍ଟର ରଣବୀର ସିଂ: ଭିଡିଓ ଶେୟର କରି ଲେଖିଲେ ଏମିତି

ମୁମ୍ବାଇ: ସାରା ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି କୁନି ଦୀପିକାଙ୍କ ରାମଲୀଳା ଭିଡିଓ । ଇନଷ୍ଟାଗ୍ରାମରେ ରାଶି ସିନ୍ଦେ ‘ରାମଲୀଳା’ ଚଳଚିଚତ୍ରର ଏକ ଡାଏଲଗରେ ରିଲ ବନାଇ ପୋଷ୍ଟ କରିଛନ୍ତି । କିନ୍ତୁ ଏହି ଭିଡିଓରେ ତାଙ୍କର ଜବରଦସ୍ତ ଏକ୍ସପ୍ରେସନ ସାଙ୍ଗକୁ ଷ୍ଟାଇଲିସ ଲୁକ ସମସ୍ତଙ୍କୁ ଦିୱାନା ବନାଇଛନ୍ତି । ଏହି ଲିଷ୍ଟରେ ସାମିଲ ଅଛନ୍ତି ବଲିଉଡର ସୁପରଷ୍ଟାର ରଣବୀର ସିଂହ । ରାଶିଙ୍କର ଏହି ଭିଡିଓରେ ସେ ଫିଦା ହୋଇ ନିଜେ ମଧ୍ୟ ଏକ ଭିଡିଓ ଟ୍ୱିଟରରେ ଶେୟର କରିଛନ୍ତି ।

ଶୋଫା ଉପରେ ବସି ‘ରାମଲୀଳା’ ପିଲ୍ମର ଦୀପିକାଙ୍କ ଆଉଟଫିଟରେ ନଜର ଆସିଛନ୍ତିି ରାଶି ସିନ୍ଦେ । ଏଥି ସହିତ ସେହି ପିଲ୍ମର ଏକ ଡାଏଲଗରେ ରିଲ ବନାଇଛନ୍ତି । ତାଙ୍କର ଜବରଦସ୍ତ ଲୁକ ଏବଂ ଏକ୍ସପ୍ରେସନ ସେଶଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏହି ଭିଡିଓକୁ ଅନେକ ଲୋକଙ୍କ ସହ ପ୍ରଶଂସା କରିଛନ୍ତି ରଣବୀର ସିଂହ । ରାଶିଙ୍କ ପ୍ରଶଂସା ସହ ଏକ ଭିଡିଓ କରି ସେ ନିଜ ଟ୍ୱିଟର ପେଜରେ ଅପଲୋଡ କରିଛନ୍ତି । ଏହି ଟ୍ୱିଟରେ ସେ ଦୀପିକା ପାଦୁକୋନଙ୍କୁ ଟ୍ୟାଗ କରି ରାଶିଙ୍କୁ ତାଙ୍କ ଛୋଟ ଭର୍ଜନ ବୋଲି କହିଛନ୍ତି ରଣବୀର ।

Get real time updates directly on you device, subscribe now.