ବୈଜ୍ଞାନିକଙ୍କୁ ମିଳିଲା ଦୁର୍ଲଭ ଶାର୍କ, ନାଁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବୈଜ୍ଞାନିକ ମାନେ ପ୍ରତିଦିନ ନୂଆ ନୂଆ ଖୋଜ୍ କରିଥାନ୍ତି । ଭୂଗର୍ଭରୁ ହେଉ ଅବା ସମୁଦ୍ରର ଗଭୀର ଜଳରାଶିରୁ । ସବୁବେଳେ କିଛି ନା କିଛି ଖୋଜ୍ କରିଥାନ୍ତି ବୈଜ୍ଞାନିକ । ଆଉ ଏହାଦ୍ୱାରା ଜଣାପଡ଼ିଥାଏ ଅନେକ ରହସ୍ୟ ।

ନିଉଜିଲ୍ୟାଣ୍ଡର ତଟବର୍ତ୍ତୀ ଅଞ୍ଚଳରୁ ଏକ ଏଭଳି ଦୁର୍ଲଭ ଜୀବର ପତ୍ତା ଲଗାଇଛନ୍ତି ବୈଜ୍ଞାନିକ ଯାହାକୁ ପୂର୍ବରୁ କେବେ ଦେଖାଯାଇନଥିଲା । ଏହାର ଆଖି ଯୋଗୁଁ ଏହାକୁ ଭୂତ ଭଳି ଦେଖାଯାଉଛି । ଶାର୍କର ଏହି ପ୍ରଜାତି ଅତ୍ୟନ୍ତ ଦୁର୍ଲଭ ଅଟେ । ଏହାକୁ ଘୋଷ୍ଟ ଶାର୍କ ବୋଲି କୁହାଯାଉଛି ବା ଭୂତ ଶାର୍କ ବୋଲି କୁହାଯାଉଛି । ଏହାର ଶରୀର ପାରଦର୍ଶୀ ଅଟେ । ଏହି ଘୋଷ୍ଟ ଶାର୍କକୁ ଚିମେରା ବୋଲି ମଧ୍ୟ କୁହାଯାଏ ।

ଏହି ଶାର୍କକୁ ଖୋଜିବା ସହଜ ନଥିଲା । ତେଣୁ ବୈଜ୍ଞାନିକଙ୍କ ହାତରେ ଲାଗିଥିବାରୁ ଏହା ଏକ ଦୁର୍ଲଭ ଘଟଣା ବୋଲି କୁହାଯାଉଛି । ଏହି ଶାର୍କ ସେତେବେଳ ହାତରେ ଲାଗିଥିଲା ଯେତେବେଳେ ଏକ ଅନୁସନ୍ଧାନାରୀ ଦଳ ମାଛମାନଙ୍କର ପ୍ରଜାତି ସଂଖ୍ୟା ବିଷୟରେ ଜାଣିବାକୁ ରିସର୍ଚ୍ଚ କରୁଥିଲେ । ବୈଜ୍ଞାନିକଙ୍କ ଅନୁଯାୟୀ ଏହି ଶାର୍କ ମିଳିବା ଦ୍ୱାରା ଏହାର ପ୍ରଜତି ବିଷୟରେ ଅଧିକ ଜାଣିହେବ ।

ବୈଜ୍ଞାନିକମାନେ କହିଛନ୍ତି ଯଦିଓ ଏହାର ନାମ ଘୋଷ୍ଟ ଶାର୍କ ରଖାଯାଇଛି କିନ୍ତୁ ଏହାର ଅସଲି ନାମ କାର୍ଟିଲାଜିନସ ଅଟେ । କାରଣ ଏହା କାର୍ଟିଲେଜରେ ତିଆରି ହୋଇଛି ।