fbpx
BJD SKY
BJD SKY

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୪ ଦିନ, ୩ ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ରୂପକାର ଓ ବିଶ୍ୱକର୍ମା ସେବକ

BJD

ପୁରୀ,(ଭାସ୍କର ନ୍ୟୁଜ୍‌) : ଆଉ ମାତ୍ର ୪ ଦିନ ପରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିନେଇ ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ୱକର୍ମାଙ୍କ ନିର୍ଦ୍ଦେଶକ୍ରମେ ଭୋଇ ସେବକମାନେ ରବିବାର ୩ ରଥରେ କଳସ ସହ ଓଲଟ ଶୁଆ ସ୍ଥାପନ କରିଛନ୍ତି । ରଥ ଉପରେ ବିଶ୍ୱକର୍ମାମାନେ ସିଂହାସନ କାମ ଜାରି ରଖିଥିବାବେଳେ ଏଥିରେ ପଟା ବାଡ଼ିଆ ଯାଇ ବୁଜାଯାଉଛି । ସେହିପରି ରୂକାରମାନେ ପ୍ରଭାରେ କୀର୍ତ୍ତିମୁଖ ଓ ଉଭୟ ପାଶ୍ୱର୍ରେ ମଗରମୁଣ୍ଡ କରୁଛନ୍ତି ।

ଜୁଲାଇ ୧ରେ ବିଶ୍ୱ୍ରସିଦ୍ଧ ରଥଯାତ୍ରା । ଶ୍ରୀମନ୍ଦିର ଛାଡ଼ି ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଭକ୍ତଙ୍କ ଗହଣରେ ମାନବୀୟ ଲୀଳା କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ରଥର ଦୁଆରଘଡ଼ାକୁ ମଜଭୁତ କରିବା ପାଇଁ ଧ୍ୱଜାବତା ଲଗାଯାଇଛି । ଏଥିରେ ମହାପ୍ରଭୁଙ୍କ ଆଜ୍ଞାମାଳ ସ୍ଥାପନ ହେବ । ସେହିପରି ଚିତ୍ରକର ସେବକମାନେ ରଥର ବିଭିନ୍ନ ଅଂଶକୁ ରଙ୍ଗ ଦେଇ ଚାଲିଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟର ଉପର ମହଲାରେ ଦର୍ଜୀସେବକମାନେ ରଥକନାମଣ୍ଡଳୀ କାର୍ଯ୍ୟ ଚାଲୁ ରଖିଛନ୍ତି । ଏସବୁ ଭିତରେ ରବିବାର ମହାପ୍ରଭୁଙ୍କ ଘଣା ଓ ଖଳ୍ରିସାଦ ଲାଗି ନୀତି ସମ୍ପନ୍ନ ହୋଇଛି । ଅଣସର ତ୍ରୟୋଦଶୀରେ ଘଣାଲାଗି ଓ ଶ୍ରୀପୟର ମୁଦ ଉପଲକ୍ଷେ ପାଟଡୋର ଓ ଖଳି ପ୍ରସାଦ ଲାଗି ହୋଇଥାଏ । ଘଣ୍ଟ, ଛତ୍ର, କାହାଳୀ ସହ ଖଳି ପ୍ରସାଦକୁ ଶୁଦ୍ଧ ସୁଆରଙ୍କ ଘରୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା । ଏହି ଶୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୁ । ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଥିଲେ । ଭିତର ଖଳିଲାଗି ପୂର୍ବରୁ ମହାପ୍ରଭୁଙ୍କ ଘଣାଲାଗି ଗୋପନନୀତି ସମ୍ପନ୍ନ କରାଯାଇଥିଲା ।

Get real time updates directly on you device, subscribe now.