ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଭାରତୀୟ ଷ୍ଟେ ବ୍ୟାଙ୍କ ଏବଂ ଏଚଡିଏଫସି ବ୍ୟାଙ୍କ ଉପରେ ପ୍ରଥମେ ଜରିମାନା ଲାଗିଥିଲା। ବର୍ତ୍ତମାନ ଆରବିଆଇ ସାଉଥ ଇଣ୍ଡିଆନ ବ୍ୟାଙ୍କ ଉପରେ ୫୯ ଲକ୍ଷ ଟଙ୍କ ଜରିମାନା ଲଗାଇଛି। ଡିପୋଜିଟ ଉପରେ ସୁଧ ଦର ଏବଂ ଗ୍ରାହକଙ୍କ ସୁବିଧା ପାଇଁ କିଛି ନିୟମର ପାଳନ କରିବା ଉପରେ ଜରିମାନା ଲଗାଯାଇଛି। ଆସନ୍ତୁ ଜାଣିବା ଏହାର ପ୍ରଭାବ ବ୍ୟାଙ୍କର ଗ୍ରାହକମାନଙ୍କ ଉପରେ କିପରି ପଡିପାରେ।
ଭାରତୀୟ ରିଜର୍ଭ ବ୍ୟାଙ୍କ ସାଉଥ ଇଣ୍ଡିଆନ ବ୍ୟାଙ୍କ ଉପରେ ୫୯.୨୦ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି। ଆରବିଆଇ କହିବାନୁଯାୟୀ, ବ୍ୟାଙ୍କ କିଛି ନିୟମର ପାଳନ କରୁନାହିଁ। ଏହି କାରଣ ପାଇଁ ବ୍ୟାଙ୍କ ଉପରେ ଜରିମାନା ଲଗାଯାଇଛି। ଏହାକୁ ନେଇ ପ୍ରଥମେ ନୋଟିସ ପଠାଇ ଉତ୍ତର ମଗାଯାଇଥିଲା। ବ୍ୟକ୍ତିଗତ ଶୁଣାଣି ସମୟରେ ସାଉଥ ଇଣ୍ଡିଆନ ବ୍ୟାଙ୍କକୁ ଅଭିଯୁକ୍ତ କରାଯାଇଛି ଏବଂ ଏହି ବ୍ୟାଙ୍କ ଉପରେ ୫୯.୨୦ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି।
ଗ୍ରାହକଙ୍କ ଉପରେ କିପରି ପଡେ ପ୍ରଭାବ: ଆରବିଆଇର ଏପରି ଆକ୍ସନ ବା ବ୍ୟାଙ୍କ ଉପରେ ଲଗାଯାଇଥିବା ଜରିମାନାରେ ବ୍ୟାଙ୍କର ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପଡେନାହିଁ। ଗ୍ରାହକ ପୂର୍ବ ପରି କାରବାର କରିପାରିବେ।