fbpx
BJD SKY
BJD SKY

SBI-HDFC-ICICI ବ୍ୟାଙ୍କର ଗ୍ରାହକଙ୍କ ପାଇଁ ବଡ଼ ଖବର: ସମସ୍ତ ବ୍ରାଞ୍ଚରେ ବଦଳିଯିବ ଏହି ନିୟମ!

BJD

ନୂଆଦିଲ୍ଲୀ: ସମସ୍ତ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଆସିଛି ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ଖବର । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦେଇଥିବା ପରାମର୍ଶକୁ କାର୍ଯ୍ୟକାରୀ କରିବା ପରେ ସମସ୍ତ ବ୍ୟାଙ୍କର କାର୍ଯ୍ୟ କରିବାର ପଦ୍ଧତି ବଦଳିଯିବ । ନୂଆ ନିୟମର କାର୍ଯ୍ୟକାରିତା ସହିତ ବ୍ୟାଙ୍କ କର୍ମଚାରୀ ତଥା ବ୍ୟାଙ୍କର ଗ୍ରାହକମାନେ ଅଧିକ ପ୍ରଭାବିତ ହେବେ । ଆରବିଆଇ ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆର୍ଥିକ ସଂସ୍ଥା ଏଟିଏମରେ ଏଟିଏମର ଇ-ରସିଦ ଦେବା ସହିତ ସେମାନଙ୍କ ବ୍ରାଞ୍ଚରେ କାଗଜ ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ହଟାଇବା ଉପରେ ବିଚାର କରିପାରିବେ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ବୁଧବାର ବା ଜୁଲାଇ ୨୭ ରେ ଏହି ପରାମର୍ଶ ଦିଆଯାଇଛି । ପରିଚର୍ଚ୍ଚା ପତ୍ରରେ କୁହାଯାଇଛି ଯେ, ଜଳବାୟୁ ପରିବର୍ତ୍ତନର ବିପଦକୁ ପ୍ରଭାବଶାଳୀ ଭାବେ ପରିଚାଳନା କରିବା ପାଇଁ ରଣନୀତି ପ୍ରସ୍ତୁତ ହେବ । ବ୍ୟାଙ୍କିଙ୍ଗ ପ୍ରକ୍ରିୟାକୁ ଅଧିକ ପରିବେଶ ଅନୁକୂଳ କରି କାର୍ଯ୍ୟରେ କାଗଜର ବ୍ୟବହାରକୁ ହଟାଇ ଆରଇ ନିଜର ବ୍ରାଞ୍ଚଗୁଡ଼ିକରେ ସବୁଜ ଶାଖାରେ ପରିଣତ କରିବାକୁ ଚିନ୍ତା କରିପାରିବ ।

ଅବଶ୍ୟ ବ୍ୟାଙ୍କଗୁଡିକ ଏହି ପରିବର୍ତ୍ତନ କରିବା ସହଜ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏହି କାରଣରୁ ଗ୍ରାମାଞ୍ଚଳର ବ୍ରାଞ୍ଚଗୁଡ଼ିକରେ ଅଧିକ ସମସ୍ୟା ହେବ । ଆରବିଆଇ ପକ୍ଷରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ପରିଚର୍ଚ୍ଚା ପତ୍ର ଉପରେ ଟିପ୍ପଣୀଗୁଡ଼ିକ ଆମନ୍ତ୍ରିତ ହୋଇଛି ।

Get real time updates directly on you device, subscribe now.