(Video) ରିୟଲ ଲାଇଫ ହିରୋ ମୋଗଲି… ବାଟ ଭୁଲି ଜଙ୍ଗଲରେ 5 ଦିନ କାଟିଲା, ମାଟି ଖୋଳି ପାଣି କାଢି ପିଇଲା

5 ଦିନ ସିଂହ ଅଭୟାରଣ୍ୟରେ ରହିବା ପରେ ଉଦ୍ଧାର ହେଲା ମୋଗଲି । ତାଙ୍କ କାହାଣୀକୁ ନେଇ ଚାରିଆଡେ ଚର୍ଚ୍ଚା ।

ନୂଆଦିଲ୍ଲୀ: ସାଧାରଣତଃ ଜଙ୍ଗଲର ନାଁ ଶୁଣିଲେ ସମସ୍ତଙ୍କ ମନରେ ଛନକା ଆସିଥାଏ । ହେଲେ ରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କୁନି ପୁଅ ମୋଗଲି ଜଙ୍ଗଲରେ 5 ଦିନ କାଟିଥିବା କଥା ସାମ୍ନାକୁ ଆସିଛି ।

ଘରର ରାସ୍ତା ଭୁଲି ଯିବାରୁ ଜଙ୍ଗଲ ଭିତରେ ହଜି ଯାଇଥିଲା । ଫଳରେ ଉପାୟ ଶୂନ୍ୟ ହୋଇ ଜଙ୍ଗଲରେ ମାଟି ଖୋଳି ପାଣି ପିଇଥିଲା । ଉତ୍ତର ଜିମ୍ବାବେରୁ ସାମ୍ନାକୁ ଆସିଛି ଏଭଳି ଘଟଣା ।

5 ଦିନ ସିଂହ ଅଭୟାରଣ୍ୟରେ ବିତାଇ ଜୀବନ୍ତ ଉଦ୍ଧାର ହୋଇଛି ମୋଗଲି ଓଫର ପୁଡୁ । ତେବେ ସେ ଘରର ବାଟ ଭୁଲି  ମାତୁସାଦାନା ନ୍ୟାସନାଲ ପାର୍କକୁ ଚାଲିଯାଇଥିଲେ । ଏହା ପରେ ପରିବାର ଏବଂ ଗ୍ରାମବାସୀ ତାଙ୍କୁ ଖୋଜିବାକୁ ପ୍ରଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇପାରିନଥିଲା । ତେବେ ନିଖୋଜ ହେବାର 5 ଦିନ ପାରେ ଜାତୀୟ ଉଦ୍ୟାନର ରେଞ୍ଜରମାନେ ତାଙ୍କୁ ଜୀବନ୍ତ ଉଦ୍ଧାର କରିଥିଲେ ।

ପ୍ରଶଂସା କଲେ ସାଂସଦ- ତେବେ ଉଦ୍ଧାର ହେବା ପରେ ମୋଗଲି କହିଛନ୍ତି, ବାଡିରେ ମାଟି ଖୋଳି ପାଣି ପିଉଥିଲି । ଜଙ୍ଗଲରେ ବୁଲି ବୁଲି ଫଳମୂଳ ଖାଇବା ସହିତ ପଥର ମଧୟରେ ଶୋଉଥିଲି । ତେବେ କୁଡୁଙ୍କର ଏହି କାହାଣୀକୁ ଜିମ୍ବାବେର ସାଂସଦ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ନିଶ୍ଚିତ ଭାବେ ଏକ ଚମତ୍କାର ଘଟଣା ବୋଲି ସେ ଏକ୍ସ ପୋଷ୍ଟରେ ଲେଖିଛନ୍ତି ।

ତେବେ ତାଙ୍କୁ ଉଦ୍ଧାର କରାଯିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସବୁ କିଛି ଠିକ୍ ରହିଥିବା କଥା କହିଛନ୍ତି ।