fbpx

ଲଞ୍ଚ ହେଲା Realmeର ନୂଆ ସ୍ମାର୍ଟଫୋନ; ବଜେଟରେ ରହିଛି 50 MP ର କ୍ୟାମେରା

ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Realme ଏହାର ନୂତନ ସ୍ମାର୍ଟଫୋନ Realme Narzo 50 କୁ ଭାରତରେ ଲଞ୍ଚ କରିଛି । ଏହି ବଜେଟ ସ୍ମାର୍ଟଫୋନରେ ଦମଦାର ଟ୍ରିପଲ କ୍ୟାମେରା, ବ୍ୟାଟେରୀ, ଦମଦାର ପ୍ରୋସସର ରହିଛି ଅନେକ ଫିଚର୍ସ ।

ଏମିତି ରହିଛି ସ୍ପେସିଫିକେସନ:

ଡୁଆଲ ୪ଜି ନାନୋ ସିମ ସହ ଏହି ସ୍ମାର୍ଟଫୋନ ଉପଲବ୍ଧ । Real Narzo 50 ରେ Android 12 ଯୁକ୍ତ Realme UI 3.0 ଦ୍ୱାରା ପରିଚାଳିତ । ଏହି ସ୍ମାର୍ଟଫୋନରେ 6.6 inch ର Full HD+ IPS LCD ଡିସପ୍ଲେ, 120 Hz ରିଫ୍ରେଶ ରେଟ ସହ ଦିଆଯାଇଛି । ସ୍ମାର୍ଟଫୋନରେ MediaTek Helio G96 ପ୍ରୋସେସର ରହିଛି ।

କ୍ୟାମେରା ବିଷୟରେ ଦେଖିବାକୁ ଗଲେ ଏଥିରେ ଟ୍ରିପଲ କ୍ୟାମେରା ସେଟଅପ ଦେଖିବାକୁ ମିଳିବ । ଯାହାର ପ୍ରାଇମେରୀ କ୍ୟାମେରା 50 MP ର ରହିଛି ଏହା ସହ 2 MP ର ପୋଟ୍ରେଟ କ୍ୟାମେରା ଏବଂ  2 MP ର ମାକ୍ରୋ ସେନ୍ସର ଦିଆଯାଇଛି । ଏହି ଫୋନରେ ସେଲ୍ଫୀ ପାଇଁ 16 MP ର କ୍ୟାମେରା ଦିଆଯାଇଛି । ଏହି ସ୍ମାର୍ଟଫୋନରେ 5000 mAh ବ୍ୟାଟେରୀ ସହ 33W SuperDart ଫାଷ୍ଟ ଚାର୍ଜିଂ ସପୋର୍ଟ ଦେଖିବାକୁ ମିଳିବ ।

ରିୟଲମି ନାର୍ଜୋ ୫୦ ର ଦାମ ଭାରତରେ ୧୨,୯୯୯ ଟଙ୍କାରୁ ଆରମ୍ଭ ହୋଇଛି । ଏଥିରେ ୪ ଜିବି ଏବଂ ୬୪ ଜିବି ଷ୍ଟୋରେଜ ଦିଆଯାଇଛି । ଏହା ଛଡ଼ା ଅନ୍ୟ ଏକ ଭ୍ୟାରିଏଣ୍ଟ ୬ଜିବି ରାମ ଏବଂ ୧୨୮ ଜିବି ଷ୍ଟୋରେଜ ସହ ଲଞ୍ଚ କରାଯାଇଛି, ଏହାର ଦାମ ୧୫,୪୯୯ ଟଙ୍କା ରହିଛି ।

ରିୟଲମି ନାର୍ଜୋ ୫୦ ସ୍ପିଡ ବ୍ଲାକ ଏବଂ ସ୍ପିଡ ବ୍ଲୁ କଲର ଅପ୍ସନରେ ଲଞ୍ଚ କରାଯାଇଛି । ଏହାକୁ ଇ କମର୍ସ ୱେବସାଇଟ ଆମାଜନ ଏବଂ କମ୍ପାନୀର ୱେବସାଇଟ ସହ ରିଟେଲ ଷ୍ଟୋରରେ ମଧ୍ୟ ବିକ୍ରି କରାଯିବ ।

Get real time updates directly on you device, subscribe now.