fbpx

ଶୀତ ଦିନେ ପାଟିରେ ଏପରି ଘା’ ବାହାରୁଛି କି? ଜାଣନ୍ତୁ କାରଣ ଓ ଉପଚାର

ଓଡ଼ିଶା ଭାସ୍କର ବ୍ୟୁରୋ: ଅନେକ ସମୟରେ ପାଟିର ମାଢ଼ିରେ ଅନେକ ଲୋକଙ୍କର ଘା’ ବାହାରିଥାଏ । ଏହି ଘା’ ଭବିଷ୍ୟତରେ କ୍ୟାନସର୍ ର ରୂପ ନେଇଥାଏ । ତେଣୁ ଏସବୁକୁ ହାଲୁକା ଭାବରେ ଆଦୌ ନିଅନ୍ତୁ ନାହିଁ । ଏହାର ଖୁବ୍ ଶୀଘ୍ର ଉପଚାର କରନ୍ତୁ । ଡାକ୍ତରଙ୍କ ସହିତ ପରାମର୍ଶ କରି ତାର ଚିକିତ୍ସା କରାନ୍ତୁ । ତେବେ ପାଟିରେ ଏପରି ଘା’ ହେବାର ଅନେକ ପ୍ରକାରର କାରଣ ରହିଛି । ଶରୀରରେ ଭିଟାମିନ୍ ର ଅଭାବ ଦେଖା ଦେଲେ ପାଟିରେ ଘା ବାହାରିଥାଏ ।

ଅନ୍ୟପଟେ ଶରୀରରେ ଜଳୀୟ ଅଂଶ କମିଲେ କିମ୍ବା ଅସନ୍ତୁଳିତ ରହିଲେ ଜିଭ ଅନେକ ସମୟରେ ଶୁଖିଲା ରହେ । ଫଳରେ ପାଟିରୁ ଲାଳଅଂଶ କମ୍ ନିର୍ଗତ ହୋଇଥାଏ । ଯାହା ପାଟି ଘା’ କାରଣ ପାଲଟିଥାଏ । ବେଳେ ବେଳେ ଅତ୍ୟଧିକ ରାଗ ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ଏପରି ଘା’ ସମସ୍ୟା ଉପୁଜିଥାଏ । ଖାଲି ସେତିକି ନୁହେଁ ନିୟମିତ ରୂପରେ ବିଡ଼ି, ସିଗାରେଟ୍ ନିଶା ଦ୍ରବ୍ୟ ଇତ୍ୟାଦି ସେବନ କରିଥାନ୍ତି ସେମାନଙ୍କ ଠାରେ ଏପରି ଘା’ ଅଧିକ ଦେଖାଯାଇଥାଏ । ତେଣୁ ଏସବୁ ପ୍ରତି ସାବଧାନତା ଅତ୍ୟନ୍ତ ଜରୁରୀ । କାରଣ ଏହି ଘା’ କ୍ୟାନସର୍ ର ରୂପ ନେଇପାରେ । ତେଣୁ ପାଟି ଘା’ ସମସ୍ୟାକୁ ଦୁରେଇବାକୁ ହେଲେ ଚିକିତ୍ସା ନିହାତି ଜରୁରୀ ।

Get real time updates directly on you device, subscribe now.