ଟ୍ରେନି HR ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଯୋଗ୍ୟତା ଏବଂ ଆୟୁ ସୀମା

ନୂଆଦିଲ୍ଲୀ: HR ଚାକିରି ପାଇଁ ଆଶାୟୀ ପ୍ରର୍ଥୀଙ୍କ ପାଇଁ ଖୁସି ଖବର । ଗାର୍ଡ଼ନ ରିଚ୍ ଶିପ୍‌ବିଲ୍ଡର୍ସ ଆଣ୍ଡ୍ ଇଞ୍ଜିନିୟର୍ସ ଲିମିଟେଡ୍‌(GRSE) ୨୩୬ ପଦବୀ ପାଇଁ ନିଯୁକ୍ତି ପ୍ରକାଶ କରିଛି । କମ୍ପାନୀ ଏହାର ଆପ୍ରେଣ୍ଟିସ୍ ଏବଂ HR ଟ୍ରେନି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆହ୍ୱାନ କରିଛି । ଅକ୍ଟୋବର ୧୯ରୁ ଅନଲାଇନ୍ ଆବେଦନ ପ୍ରକ୍ର୍ରିୟା ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିକ ହେଉଛି ୧୭ ନଭେମ୍ବର । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ jobapply.in/grse2024appକୁ ଯାଇ ଆବେଦନ କରିପାରିବେ ।

ନିମ୍ନଲିଖିତ ଖାଲି ଥିବା ପଦବୀରେ ପ୍ରାର୍ଥୀ ଆବେଦନ କରିପାରିବେ

– ଟ୍ରେଡ୍ ଆପରେଣ୍ଟିସ୍‌(Ex-ITI): ୯୦ ପଦବୀ

– ଟ୍ରେଡ୍ ଆପରେଣ୍ଟିସ(ଫ୍ରେଶର): ୪୦ ପଦବୀ

– ଗ୍ରାଜୁଏଟ୍ ଆପରେଣ୍ଟିସ୍‌: ୪୦ ପଦବୀ

– ଟେକନିସିଆନ୍ ଆପରେଣ୍ଟିସ୍‌: ୬୦ ପଦବୀ

– HRଟ୍ରେନି: ୬ ପଦବୀ

ପ୍ରାର୍ଥୀଙ୍କ ଯୋଗ୍ୟତା ଏବଂ ଆୟୁ ସୀମା

HR ଟ୍ରେନି ନିଯୁକ୍ତି ପାଇଁ ପ୍ରାର୍ଥୀ ଜଣଙ୍କ ଫୁଲଟାଇମ୍ ସ୍ନାତକ ଡିଗ୍ରୀ ଏବଂ MBA/PG ଡିଗ୍ରୀ/ PG ଡିପ୍ଲୋମା ବା ମ୍ୟାନେଜମେଣ୍ଟ/ HR ଡେଭେଲପମେଣ୍ଟ/ ଇଣ୍ଡଷ୍ଟ୍ର୍ରିଆଲ ରିଲେସନ୍ସ/ ସୋସିଆଲ ୱାର୍କ/ ଲେବର ୱେଲଫେରାୟ କୋର୍ସରେ ଫାର୍ଷ୍ଟ କ୍ଲାସ୍ କିମ୍ବା ୬୦% ମାର୍କ ଆଣିଥିବେ । SC/ST/OBC/PH ପ୍ରାର୍ଥୀଙ୍କ ପାଇଁ ୫୫% ମାର୍କ ଧାର୍ଯ୍ୟ କରଯାଇଛି । ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ଆୟୁ ସୀମା ୨୦୨୪ ସେପ୍ଟେମ୍ବର ୧କୁ ୨୬ ବର୍ଷରୁ ଉର୍ଦ୍ଧ୍ୱ ହେବା ଉଚିତ ନୁହେଁ ।

ଚୟନ ପ୍ରକ୍ରିୟା

ଟ୍ରେଡ୍ ଆପ୍ରେଣ୍ଟିସ୍‌(Ex-ITI) ପଦବୀ ପାଇଁ ପ୍ରତ୍ୟେକ ଟ୍ରେଡ୍‌/ ବିଷୟରେ ଯୋଗ୍ୟତା ପରୀକ୍ଷାରେ ପ୍ରାପ୍ତ ମାର୍କ ଆଧାରରେ ମେରିଟ୍ ତାଲିକା ପ୍ରସ୍ତୁତ କରାଯିବ । ସେହିପରି ଟ୍ରେଡ୍ ଆପରେଣ୍ଟିସ(ଫ୍ରେଶର) ପାଇଁ ଜେନେରାଲ ମେରିଟ୍ ତାଲିକା ଦଶମ/ ମାଧ୍ୟମିକ କିମ୍ବା ସମକକ୍ଷ ପରୀକ୍ଷାରେ ପ୍ରାପ୍ତ ମାର୍କ ଆଧାରରେ ଚୟନ କରାଯିବ । ଯୋଗ୍ୟତା ଏବଂ ଆସନ ଉପଲବ୍ଧତା କ୍ରମରେ ସାମିଲ ହେବା ପରେ ଟ୍ରେଡ୍ ଆବଣ୍ଟନ କରାଯିବ । HR ଟ୍ରେନି ପାଇଁ ପ୍ରାର୍ଥୀଙ୍କ ସର୍ଟଲିଷ୍ଟିଂ ଯୋଗ୍ୟତା ପରୀକ୍ଷାରେ ପ୍ରାପ୍ତ ମୋଟ୍ ମାର୍କ ଆଧାରରେ କରାଯିବ । ସର୍ଟଲିଷ୍ଟ ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ଭେରିଫେିକେସନ୍ ପରେ ସାକ୍ଷାତକାର ଆୟୋଜିତ ହେବ । ତେବେ ସାକ୍ଷାତକାରରେ ରଖିଥିବା ମାର୍କ ଆଧାରରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଅଧିକ ସୂଚନା ପାଇଁ ଅଫିସିଆଲ ୱେବସାଇଟ୍ ଫଲୋ କରନ୍ତୁ ।

 

Get real time updates directly on you device, subscribe now.