fbpx

ପୁରୀ ସମୁଦ୍ର କୂଳରେ ରେଡ ଆଲର୍ଟ: ନାଲି ପତାକା ବାନ୍ଧି ସତର୍କ କରୁଛି ପ୍ରଶାସନ

Advertisement

ପୁରୀ: ଲଗାତାର ଦୁଇ ଦିନରେ ୪ ଜଣ ପର୍ଯ୍ୟଟକ ପୁରୀ ସମୁଦ୍ରରେ ବୁଡି ପ୍ରାଣ ହରାଇଛନ୍ତି । ଏହି ଘଟଣା ପରେ ପ୍ରଶାସନ ଏବେ ତତ୍ପର ହୋଇ ଉଠିଛି । ପୁରୀ ବେଳାଭୂମିରେ ସମସ୍ତ ପର୍ଯ୍ୟଟକଙ୍କୁ ସତର୍କ କରିବା ପାଇଁ ନାଲି ପତାକା ଲଗାଯାଇଛି । ତେବେ ସମୁଦ୍ରର ୧୩ ନମ୍ବର ଜୋନରେ ବିଶେଷ ଭାବରେ ଏହି ନାଲି ପତାକା ବନ୍ଧା ଯାଇଥିବା ଦେଖିବାକୁ ମିଳିଛି । ନାଲି ପତାକା ବାନ୍ଧିବା ଦ୍ୱାରା ଏହି ସ୍ଥାନକୁ ଗାଧୋଇବାକୁ ଯିବା ପାଇଁ ବାରଣ କରିଛି ପ୍ରଶାସନ ।

Puri (Odisha): Cyclone Fani: Precautionary measures in place for tourists

ସମୁଦ୍ରର ବିପଦଜନକ ଅଞ୍ଚଳରେ ନାଲି ପତାକା ବାନ୍ଧିବା ସହିତ ବ୍ୟାପକ ସୁରକ୍ଷାକର୍ମୀ ମଧ୍ୟ ମୁତୟନ ହୋଇଛନ୍ତି । ଯାହାଦ୍ୱାରା ଅକାଳ ବିୟୋଗ ଏବଂ ପାଣିରେ ବୁଡି ହେଉଥିବା ମୃତ୍ୟୁସଂଖ୍ୟାରେ ରୋକ ଲଗାଯାଇପାରିବ । ସୂଚନାଯୋଗ୍ୟ, ବୁଧବାର ଦୁଇ ଜଣ ପର୍ଯ୍ୟଟକ ସମୁଦ୍ରରେ ବୁଡି ମୃତ୍ୟୁବରଣ କରିଥିବା ବେଳେ ଗୁରୁବାର ମଧ୍ୟ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏ ନେଇ ସବୁଆଡେ ଚର୍ଚ୍ଚା ଆରମ୍ଭ ହେବାରୁ ପ୍ରଶାସନ ଏକ ବଡ ପଦକ୍ଷେପ ନେଇଛି । ସମୁଦ୍ରର ଏହି ଅଞ୍ଚଳରେ ନାଲି ପତାକା ବାନ୍ଧି ପର୍ଯ୍ୟଟକଙ୍କୁ ସତର୍କ ସୂଚନା ଜାରି କରିଛି ।

Get real time updates directly on you device, subscribe now.