ତହବୁର ରାଣାଙ୍କୁ ଦିଲ୍ଲୀ ଆଣିବା ମଧ୍ୟରେ ଲାଲ କିଲା-ଜାମା ମସଜିଦ୍‌କୁ ମିଳିଲା ବୋମା ବିସ୍ଫୋରଣର ଧମକ, ସତର୍କ କରାଇଲେ ଗୁପ୍ତଚର ସଂସ୍ଥା

ତହବୁର ଦିଲ୍ଲୀ ପହଞ୍ଚିଛନ୍ତି କି ନାହିଁ, ଲାଲ କିଲା ଏବଂ ଜାମା ମସଜିଦକୁ ମିଳିଲା ବୋମା ପକାଇବାର ଧମକ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାଙ୍କୁ ଆମେରିକାରୁ ଭାରତ ଅଣାଯାଇଛି। ବର୍ତ୍ତମାନ ସେ ୟୁଏପିଏ ରେ ଗିରଫ ହୋଇଛନ୍ତି। କିନ୍ତୁ ସେ ଯେତେବେଳେ ଦିଲ୍ଲୀରେ ଅବତରଣ କରିନଥିଲେ, ସେତେବେଳେ ଲାଲ କିଲା ଏବଂ ଜାମା ମସଜିଦକୁ ବୋମାରେ ଉଡାଇବାର ଧମ ମିଳିଛି। ଏ ନେଇ ଗୁପ୍ତଚର ସଂସ୍ଥା ଆଲର୍ଟ କରଛ୍ନ୍‌ି। ପୋଲିସ ଏହି ମାମଲାର ଯାଞ୍ଚ କରୁଛି।

ଲାଲ କିଲା ଏବଂ ଜାମା ମସଜିଦକୁ ବୋମା ଦ୍ୱାରା ଉଡାଇବାର ଧମକପୂର୍ଣ୍ଣ କଲ ମିଳିଛି। ଧମକପୁର୍ଣ୍ଣ କଲ୍ ଆସିବା ମାତ୍ରେ ଦିଲ୍ଲୀ ପୋଲିସ ଏବଂ ଗୁପ୍ତ ସଂସ୍ଥା ଆକ୍ଟିଭ ହୋଇଛନ୍ତି। ଦିଲ୍ଲୀ ପୋଲିସ ଅନୁଯାୟୀ, ଯାଞ୍ଚ ଏଜେନ୍ସିମାନେ ଦୁଇଟି ସ୍ଥାନର କୋଣ ଅନୁକୋଣକୁ ଭଲ ଭାବେ ଚେକିଂ କରିଛନ୍ତି। ହେଲେ କିଛି ମିଳିନଥିଲା। ଦିଲ୍ଲୀ ପୋଲିସ ଏହି କଲକୁ ନକଲି ବୋଲି କହିଛି।