fbpx

ଓଡ଼ିଶା ହାଇକୋର୍ଟଙ୍କ ରାୟ: ନିର୍ବନ୍ଧ ପରେ ଜଣେ ଯୁବତୀଙ୍କୁ ବିବାହ ପାଇଁ ପ୍ରତ୍ୟାଖାନ କରିବା ଆତ୍ମହତ୍ୟା ନିମନ୍ତେ ପ୍ରରୋଚିତ ନୁହେଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ସମାଜରେ ବିବାହକୁ ନେଇ ଅନେକ ପ୍ରକାରର ସମସ୍ୟା ସାମ୍ନାକୁ ଆସୁଛି । ଅନେକ ସମୟରେ ବିବାହ, ନିର୍ବନ୍ଧ ସ୍ଥିର ହେବା ପରେ ମଧ୍ୟ ବରପକ୍ଷ ବା କନ୍ୟାପକ୍ଷ ବିବାହ ଭାଙ୍ଗି ଦେଉଥିବା ଦେଖାଯାଉଛି । ତେବେ ଏଭଳି ଏକ ମାମଲାରେ ରାଜ୍ୟ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ନିର୍ବନ୍ଧ ସରିବା ପରେ ଜଣେ ଯୁବତୀଙ୍କୁ ବିବାହ ପାଇଁ ପ୍ରତ୍ୟାଖାନ କରିବା ଆତ୍ମହତ୍ୟା ପ୍ରରୋଚିତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି ।

ସୂଚନା ମୁତାବକ, ଗତ ୨୦୧୯ ମସିହାରେ ଜଣେ ମେଡିକାଲ ଛାତ୍ରଙ୍କ ସହ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଡିଗ୍ରୀଧାରୀ ଛାତ୍ରୀଙ୍କର ବିବାହ ସ୍ଥିର ହୋଇଥିଲା । ଏପରିକି ସେମାନଙ୍କର ନିର୍ବନ୍ଧ ମଧ୍ୟ ସରିଯାଇଥିଲା । ତେବେ କିଛିଦିନ ପରେ ଯୁବକ ଜଣଙ୍କ ବିବାହ କରିବେ ନାହିଁ ବୋଲି ମନା କରିଦେଇଥିଲେ । ଏହାପରେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିଲେ । ଏହାପରେ ମୃତକଙ୍କ ପରିବାର ପକ୍ଷରୁ ଯୁବକଙ୍କ ନାମରେ ଢେଙ୍କାନାଳ ଟଉନ ଥାନାରେ ମାମଲା ଦାୟର କରାଯାଇଥିଲା ।

ପୋଲିସ ଉକ୍ତ ମାମଲାରେ ୨୦୨୨ ମସିହା ନଭେମ୍ବର ୨୩ରେ ଚାର୍ଜଶିଟ୍ ଦାଖଲ କରିଥିଲା । ନଭେମ୍ବର ୨୮ରେ ଢେଙ୍କାନାଳ ଏସଡିଜେଏମ୍ କଗ୍ନିଜାନ୍ସ ଗ୍ରହଣ କରିଥିଲେ । ତେବେ ଏହି ମାମଲା ବେଆଇନ ବୋଲି ଦର୍ଶାଇ ଯୁବକ ଜଣଙ୍କ ଏନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । କୋର୍ଟ ଯୁବକଙ୍କ ବିରୋଧରେ ଧିବା ପ୍ରିମିନାଲ ପ୍ରୋସିଡିଂକୁ ରଦ୍ଦ କରିଦେଇଥିଲେ । ଆଇପିସିର ଧାରା ୩୦୬ରେ ଏ ବାବଦରେ ବାଖ୍ୟା କରାଯାଇଛି । ମୃତ ପୀଡ଼ିତାଙ୍କ ସହ ବିବାହ ପାଇଁ ଅନିଚ୍ଛା ପ୍ରକାଶ କରିବା ଦଣ୍ଡନୀୟ ଅପରାଧ ନୁହେଁ ବୋଲି ଅଦାଲତ ରାୟ ଦେଇଥିଲେ ।

Get real time updates directly on you device, subscribe now.