fbpx

Relationship Tips: ପାର୍ଟନରଙ୍କ ସହ ବ୍ରେକଅପ୍ କରିବେ ନା ପ୍ୟାଚଅପ୍ ? ଝଗଡ଼ା ପରେ ଏହି ସଂକେତରୁ ଜାଣନ୍ତୁ

ଓଡ଼ିଶା ଭାସ୍କର: ପ୍ରତ୍ୟେକ ସମ୍ପର୍କରେ ଉତ୍ଥାନ ପତନ ଲାଗି ରହିଥାଏ । ରିଲେସନସିପର ପ୍ରାରମ୍ଭିକ ପର୍ଯ୍ୟାୟରେ ସବୁକିଛି ଭଲ ଲାଗେ କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ବେଳେ ବେଳେ ଛୋଟ ବଡ଼ କଥାକୁ ନେଇ ପାର୍ଟନରଙ୍କ ମଧ୍ୟରେ ରାଗ, ରୁଷା, ମାନ, ଅଭିମାନ, ଝଗଡ଼ା ହୋଇଥାଏ । ଠିକ୍ ସମୟରେ ଯଦି ଝଗଡ଼ାର ସମାଧାନ ନ ହୁଏ ତେବେ ଏହା ସମ୍ପର୍କ ପାଇଁ ବିପଦ ସାଜିପାରେ । ଅନେକାଂଶରେ ପାର୍ଟନର ପରସ୍ପରକୁ ସେକେଣ୍ଡ୍ ଚାନ୍ସ ଦେବା ପାଇଁ ଭାବିଥାନ୍ତି କିନ୍ତୁ କିଛି କପଲ ବ୍ରେକଅପ୍ ଏବଂ ପ୍ୟାଚ୍‌ଅପକୁ ନେଇ ଦ୍ୱନ୍ଦ୍ୱରେ ଥାନ୍ତି । କିଛି ଭୁଲ ନିଷ୍ପତ୍ତି ନେଲେ ଭବିଷ୍ୟତରେ ଅନୁତାପ କରିଥାନ୍ତି । ନିମ୍ନଲିଖିତ ସଂକେତରୁ ଜାଣନ୍ତୁ କି ଆପଣ ପାର୍ଟନରଙ୍କ ସହ ବ୍ରେକଅପ୍ କରିବେ ନା ପ୍ୟାଚଅପ୍ ?

୧. ସୋସିଆଲ ମିଡିଆ: ପାର୍ଟନର ସହ ଝଗଡ଼ା ହେବା ପରେ ପରବର୍ତ୍ତୀ ପରିସ୍ଥିତି ସହ ଡିଲ୍ କରିବାର ଉପାୟ ଭିନ୍ନ ହୋଇଥାଏ । କିଛି ବ୍ୟକ୍ତି ସୋସିଆଲ ମିଡିଆରେ ପୂର୍ବ ଅପେକ୍ଷା ଆକ୍ଟିଭ ହୋଇଯାନ୍ତି ତ କେତେ ଜଣ ସୋସିଆଲ ମିଡିଆରୁ ବ୍ରେକ୍ ନେଇଥାନ୍ତି । ଏହି ସଂକେତ କହିଥାଏ କି ତାଙ୍କ ମନରେ ଆପଣଙ୍କୁ ନେଇ କ’ଣ ଚାଲିଛି । ଆପଣଙ୍କ ଠାରୁ ଦୂରେଇ ଯିବା ପରେ ତାଙ୍କ ଉପରେ କେତେ ଫରକ ପଡ଼ିଛି ।

୨. କଥା ହେବା ପାଇଁ ଚେଷ୍ଟା କରିବା: ଝଗଡ଼ା ହେବା ଏକ ସାଧାରଣ କଥା କିନ୍ତୁ ପାର୍ଟନର ଆପଣଙ୍କୁ ମନାଇବା ପାଇଁ କଣ କରୁଛନ୍ତି ତାହା ଜୁରୁରୀ ଅଟେ । ଆପଣଙ୍କ ସାଥି ଏହି ସମ୍ପର୍କକୁ କେତେ ଗରୁତ୍ୱ ଦିଅନ୍ତି ତାହା ତାଙ୍କ ଉଦ୍ୟମରୁ ଜଣାପଡ଼ିଥାଏ । ଆପଣଙ୍କୁ ନୋଟିସ କରିବାର ଅଛି କି ଝଗଡ଼ା ପରେ ପାର୍ଟନର ଆପଣଙ୍କ ସହ କଥା ହେବାକୁ ଚେଷ୍ଟା କରୁଛନ୍ତି ନା ନାହିଁ, କ୍ରୋଧରେ କହିଥିବା ଶବ୍ଦ ପାଇଁ ଅନୁତପ୍ତ କି ନାହିଁ ଇତ୍ୟାଦି । ଯଦି କୌଣସି ଝଗଡ଼ା ପରେ ପାର୍ଟନରଙ୍କୁ କିଛି ଫରକ ପଡ଼ୁନି କି ସେ ଆପଣଙ୍କ ସହ କଥା ହେବା ପାଇଁ ଇଚ୍ଛା ବ୍ୟକ୍ତ କରୁନାହାଁନ୍ତି ତେବେ ତାଙ୍କ ଠାରୁ ଦୂରେଇ ଯିବା ହିଁ ଉଚିତ ।

୩. ଆପଣଙ୍କ ଜିନିଷ ସହ ଜଡ଼ିତ: ଝଗଡ଼ା ହେବା ଅର୍ଥ ନୁହେଁ କି ଆପଣ ପରସ୍ପରକୁ ଘୃଣା କରିବେ । ଏଭଳି ସ୍ଥିତିରେ କିଛି ସମୟ ପାଇଁ ପରସ୍ପର ମଧ୍ୟରେ ଦୂରତା ସୃଷ୍ଟି ହୋଇଥାଏ । ଏହି ସମୟରେ ନୋଟିସ୍ କରନ୍ତୁ କି ସେ ଆପଣଙ୍କ ସହ ଜଡ଼ିତ ଜିନିଷକୁ କେତେ ମହତ୍ୱ ଦେଇଥାନ୍ତି । ଆପଣଙ୍କ ଫଟୋ ଦେଖିବା, କଥା ହେବା, ଦେଇଥିବା ଉପହାରର ଯତ୍ନ ନେବା, ସୋସିଆଲ ମିଡିଆରେ ଷ୍ଟାଟସ୍ ରଖିବା ଇତ୍ୟାଦି । ସାମାନ୍ୟ ଝଗଡ଼ା ପରେ ଯଦି ପାର୍ଟନର ଆପଣଙ୍କ ଦ୍ୱାରା ଦିଆଯାଇଥିବା ଉପହାର ଫେରାଇ ଦିଆନ୍ତି ତେବେ ତାଙ୍କ ମନରେ ଆପଣଙ୍କ ପ୍ରତି ଭଲପାଇବା ଶେଷ ହୋଇଯାଇଛି ବୋଲି ଭାବିବେ ।

୪. ପାର୍ଟନରଙ୍କୁ ଫରକ ପଡ଼ିବା: ସମ୍ପର୍କରେ ରାଗ, ରୁଷା, ମାନ, ଅଭିମାନ ଝଗଡ଼ା ନଥିଲେ ଭଲପାଇବାର ଗୁରୁତ୍ୱ ବୁଝାପଡ଼ିନଥାଏ । ପ୍ରତ୍ୟେକ ଛୋଟ ବଡ଼ ଝଗଡ଼ା ପରେ ଆପଣଙ୍କ ପ୍ରତି ପାର୍ଟନରଙ୍କ ବ୍ୟବହାର ଲକ୍ଷ୍ୟ କରନ୍ତୁ । ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ କରିବାକୁ ଚାହୁଁଥିଲେ ନିଶ୍ଚିତ ଆପଣଙ୍କୁ ମନାଇବା ପାଇଁ ଚେଷ୍ଟା କରିବେ, ସମ୍ପର୍କ ବିଷୟରେ ଗମ୍ଭୀରତାର ସହ ଚିନ୍ତା କରିବେ । ବେଳେ ବେଳେ କିଛି ବ୍ୟକ୍ତି ବ୍ରେକଅପ୍ କରିବା ପାଇଁ ଝଗଡ଼ା ବି କରିଥାନ୍ତି । ଆଉ ତା ପରେ ଆପଣଙ୍କୁ କଲ୍ କିମ୍ବା ମେସେଜ୍ କରିନଥାନ୍ତି । ଆପଣଙ୍କ ଠାରୁ ଦୂରେଇଯିବା ପାଇଁ ଏକ ବାହାନା ଖୋଜିଥାନ୍ତି ।

Get real time updates directly on you device, subscribe now.