fbpx

ଆପଣ ଯାହାକୁ ପ୍ରେମ କରୁଛନ୍ତି ସେ ଆପଣଙ୍କୁ ବାହା ହେବ କି ଠକି ଦେବ? ଏହି ୪ ଟି କଥାରୁ ଜଣାପଡିଯିବ ସବୁକିଛି

ପ୍ରେମରେ ପଡିବା ତ ସହଜ । କିନ୍ତୁ ଏହି ସଂପର୍କକୁ ଜୀବନର ଶେଷ ପର୍ଯ୍ୟନ୍ତ ନିଭାଇବା ସମସ୍ତଙ୍କ କ୍ଷେତ୍ରରେ ଦେଖାଯାଇ ନ ଥାଏ । ଆଜିକାଲି ତ ପ୍ରେମରେ ଧୋକା ଦେବା ଏକ ସାଧାରଣ କଥା ହୋଇଗଲାଣି । ଆପଣ ବି ଯଦି ପ୍ରେମରେ ପଡିଛନ୍ତି ତେବେ ଆପଣଙ୍କ ଲାଗି ଏହା ଜାଣିବା ଜରୁରୀ କି ଆପଣଙ୍କ ସାଥି ଆପଣଙ୍କୁ ନେଇ ନିଜର ଭବିଷ୍ୟତ ଗଢିବାକୁ ଚାହୁଁଛନ୍ତି କି ସେ କେବଳ ବର୍ତ୍ତମାନରେ ହିଁ ରହିବାକୁ ଚାହାନ୍ତି । ନିମ୍ନୋକ୍ତ ୪ଟି କଥାରୁ ଆପଣ ଜାଣିପାରିବେ ଆପଣଙ୍କ ପ୍ରେମୀ ଆଗକୁ ଯାଇ ଧୋକ୍କା ଦେବେ କି ନାହିଁ ।

ଆପଣଙ୍କ ବିଷୟରେ ପ୍ରଶ୍ନ କରିବା: ଯଦି ବ୍ୟକ୍ତି ଆପଣଙ୍କ ସହ ପୁରା ଜୀବନ ବିତାଇବାକୁ ଚାହୁଁଥିବ ସେ ନିଶ୍ଚୟ ଆପଣଙ୍କ ବିଷୟରେ ବହୁତ କଥା ଜାଣିବାକୁ ଚେଷ୍ଟା କରିବ । ଯଦି ଆପଣଙ୍କ ପାର୍ଟନର ଆପଣଙ୍କ ପାଇଁ ସିରିୟସ ତେବେ ସେ ଆପଣଙ୍କ ସହ ଜଡିତ ବିଭିନ୍ନ ପ୍ରଶ୍ନ କରିବ । ଆପଣ ତାଙ୍କ ଜୀବନରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ଯାଉଥିବାରୁ ସେ ଆପଣଙ୍କ ମୂଲ୍ୟାଙ୍କନ ନିଶ୍ଚୟ କରିବ ।
କଥା ଓ କାର୍ଯ୍ୟରେ ସମାନତା: ଆପଣଙ୍କ ପାର୍ଟନର ଆପଣଙ୍କ ଲାଗି ସିରିୟସ କି ନା ଜାଣିବାକୁ ଚାହୁଁଥିଲେ ଆପଣ ତାଙ୍କ କଥା ଓ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ । ସେ ଯାହା କହୁଛନ୍ତି ତାହା ଯଦି କରି ଦେଖାଉଛନ୍ତି ତେବେ ଜାଣିବେ ଆପଣଙ୍କ ପାର୍ଟନର ଆପଣଙ୍କ ଲାଗି ସିରିୟସ ଅଟନ୍ତି ।
ଆଗକୁ ଯୋଜନା ପ୍ରସ୍ତୁତ କରନ୍ତି: ଯେଉଁମାନେ ସଂପର୍କକୁ ଆଗକୁ ବଢାଇବାକୁ ଚାହାନ୍ତି ସେମାନେ ପରସ୍ପର ସହ କଥା ହେବା ସମୟରେ ଭବିଷ୍ୟତକୁ ଧ୍ୟାନରେ ରଖିଥାନ୍ତି । ଏହାସହିତ ଆଗକୁ ଯୋଜନା ମଧ୍ୟ ପ୍ରସ୍ତୁତ କରିଥାନ୍ତି ।
ଆପଣଙ୍କୁ ସବୁ ଜିନିଷରେ ସାମିଲ କରିଥାନ୍ତି:
ଯଦି ଆପଣଙ୍କ ପାର୍ଟନର ଆପଣଙ୍କ ଲାଗି ସିରିୟସ ତେବେ ସେ ତାଙ୍କ ସହ ଜଡିତ ସମସ୍ତ ଜିନିଷରେ ଆପଣଙ୍କୁ ନିଶ୍ଚୟ ସାମିଲ କରିବ । କୌଣସି ବି ନିଷ୍ପତ୍ତି ନେବା ପୂର୍ବରୁ ସେ ଆପଣଙ୍କ ରାୟ ନିଶ୍ଚୟ ନେବ ଓ ତାହା ଉପରେ ବିଚାର ବି କରିବ ।

Get real time updates directly on you device, subscribe now.