fbpx

୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ସହ ହତ୍ୟା ମାମଲା: ମୁଖ୍ୟମନ୍ତ୍ରୀଙ୍କ ଆବାସ ଘେରାଉ କଲେ ବନ୍ଧୁ ପରିଜନ

ବିହାର: ଜଣେ ୮ ବର୍ଷର ନାବାଳିକାଙ୍କୁ ବଳାତ୍କାର ସହ ହତ୍ୟା କରାଯାଇଥିବା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଆବାସ ଘେରାଉ ହୋଇଛି । ଘଟଣାରେ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଘର ଭିତରକୁ ମଧ୍ୟ ପଶିବା ପାଇଁ ଉଦ୍ୟମ କରିଥିଲେ ଉତ୍ୟକ୍ତ ଲୋକେ । ଏମିତି ଘଟଣା ଘଟିଛି ବିହାରର ବାଙ୍କା ଜିଲ୍ଲାରେ ।

ଏଠାକାର ଜଣେ ୮ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତେଣୁ ଝିଅର ବଳାତ୍କାରୀ ଏବଂ ହତ୍ୟାକାରୀକୁ ଗିରଫ କରିବା ଦାବି ନେଇ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଆବାସ ଆଗରେ ବନ୍ଧୁ ପରିଜନ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ଉତ୍ୟକ୍ତ ଲୋକେ ପୋଷ୍ଟର ସହ ସ୍ଲୋଗାନ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ଜିଦ ଧରିଥିଲେ । ତେବେ ପରିସ୍ଥିତିକୁ ଲକ୍ଷ୍ୟ କରି ଉପସ୍ଥିତ ପୋଲିସ କର୍ମଚାରୀ ଧାରଣାରତ ଲୋକମାନଙ୍କୁ ଭିଡ ହଟାଇଥିଲେ । ଫଳରେ ପୋଲିସ ଏବଂ ସେଶିଆଲ ଆକ୍ଟିଭିଷ୍ଟ ଯୋଗିତା ବେହାନାଙ୍କର ପାଟିତୁଣ୍ଡ ମଧ୍ୟ ହୋଇଛି ।

ନାବାଳିକାଙ୍କ ଏହି ମାମଲାରେ ପୋଲିସ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛନ୍ତି ପୀଡିତାଙ୍କ ବାପା । ତେଣୁ ପୀଡିତାଙ୍କୁ ପ୍ରକୃତ ନ୍ୟାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ସୋଶିଆଲ ଆକ୍ଟିଭିଷ୍ଟ । ତେବେ ସଚିବାଳୟ ପୋଲିସ ମୁଖ୍ୟମନ୍ତ୍ରୀଙ୍କ ଆବାସ ସାମନାରୁ ଏମାନଙ୍କୁ ହଟାଇ କଷ୍ଟଡିରେ ରଖିଛି ।

Get real time updates directly on you device, subscribe now.