fbpx

ଡାଉନ ହେଲା Reliance Jio, ମୋବାଇଲ ଇଣ୍ଟରନେଟ ବ୍ୟବହାର କରିବାରେ ଅସୁବିଧା ଭୋଗିଲେ ଶତାଧିକ ୟୁଜର୍ସ

Advertisement

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସାରା ଭାରତର ୟୁଜର୍ସଙ୍କୁ ଏକ ବଡ଼ ନେଟୱର୍କ ଆଉଟେଜର ସାମ୍ନା କରିବାକୁ ପଡିଛି, ଯେଉଁଥିରେ ଅନେକ ଲୋକଙ୍କୁ ଇଣ୍ଟରନେଟରୁ କନେକ୍ଟ ହେବା ଏବଂ କଲ କରିବାରେ ଅସୁବିଧା ହୋଇଛି । ରିୟଲ ଟାଇମ ଆଉଟେଜକୁ ଟ୍ରାକ କରୁଥିବା ପ୍ଲାଟଫର୍ମ ଡାଉନ ଡିଟେକ୍ଟର ନିଜ ରିପୋର୍ଟରେ କହିଛି ଯେ, ୨ ହଜାର ୪୦୦ ରୁ ଅଧିକ ୟୁଜର୍ସଙ୍କୁ ନିଜ ଜିଓ କନେକ୍ସନରେ ସମସ୍ୟାର ସାମ୍ନା କରିବାକୁ ପଡିଛି ।

ୟୁଜର୍ସଙ୍କ ରିପୋର୍ଟ ମୁତାବକ ଏହି ସମସ୍ୟା ଦ୍ୱିପ୍ରହର ୧ଟା ୫୩ ପାଖାପାଖି ଥିଲା । ଯେଉଁଥିରେ ଜିଓ ୟୁଜର୍ସଙ୍କୁ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଏମାନେ କଲିଂ ଏବଂ ଇଣ୍ଟରନେଟ ଆକ୍ସେସ ପାଇଁ ଜିଓ ଉପରେ ନିର୍ଭର ଅଛନ୍ତି । ଆସନ୍ତୁ ଏହି ବିଷୟରେ ଜାଣିବା ।

ୟୁଜର୍ସ କହିଛନ୍ତି ଯେ, ସେମାନେ ଦୈନନ୍ଦିନ ବ୍ୟବହାର କରୁଥିବା ଆପ୍ଲିକେସନ ହ୍ୱାଟ୍ସଆପ, ଇନଷ୍ଟାଗ୍ରାମ, ଏକ୍ସ, ସ୍ନାପଚାଟ, ୟୁଟ୍ୟୁବ ଏବଂ ଗୁଗୁଲ ଚଳାଇବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଡାଉନଡିଟେକ୍ଟର ରିପୋର୍ଟ ମୁତାବକ ୫୪ ପ୍ରତିଶତ ଲୋକଙ୍କର ମୋବାଇଲ ଇଣ୍ଟରନେଟ ବ୍ୟବହାର କରିବାରେ ଅସୁବିଧା ହୋଇଛି । ୩୮ ପ୍ରତିଶତ ଲୋକେ ଜିଓ ଫାଇବର ଏବଂ ୭ ପ୍ରତିଶତ ଲୋକେ ମୋବାଇଲ ନେଟୱାର୍କ ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହି ଅସୁବିଧାକୁ ନେଇ ଜିଓ ୟୁଜର୍ସ ନିଜ ଏକ୍ସ ହ୍ୟାଣ୍ଡେଲରେ ଅଭିଯୋଗ କରିବା ଦେଖାଦେଇଛି ।

Get real time updates directly on you device, subscribe now.