Jioର କୋଟି କୋଟି ୟୁଜର୍ସଙ୍କ ପାଇଁ ବଡ଼ ଖବର, ଦୁଇଟି ଶସ୍ତା ରିଚାର୍ଜ ପ୍ଲାନରେ କମ୍ପାନୀ କଲା ପରିବର୍ତ୍ତନ

ନୂଆଦିଲ୍ଲୀ: ଜିଓ ପାଖରେ ନିଜ ଗ୍ରାହକଙ୍କ ପାଇଁ ରିଚାର୍ଜ ପ୍ଲାନର ଲମ୍ବା ଚଉଡ଼ା ପୋର୍ଟଫୋଲିୟୋ ରହିଛି। କମ୍ପାନୀ ଗ୍ରାହକଙ୍କୁ ଶସ୍ତା ଏବଂ ମହଙ୍ଗା ଦୁଇ ପ୍ରକାରର ପ୍ଲାନ୍ସ ଅଫର କରୁଛି। ଏହିଭଳି ଜିଓ ପାଖରେ ସର୍ଟ ଟର୍ମଠାରି ନେଇ ଲଙ୍ଗ ଟର୍ମର ଅନେକ ରିଚାର୍ଜ ପ୍ଲାନ ରହିଛି। କମ୍ପାନୀ ଗ୍ରାହକଙ୍କୁ ଅନେକ ସାରା କମ ଦାମର ଶସ୍ତା ପ୍ଲାନ୍ସ ମଧ୍ୟ ଅଫର କରୁଛି। ଆଶ୍ଚର୍ଯ୍ୟକର କଥା ହେଉଛି ଯେ, ଜିଓ ଲୋ ପ୍ରାଇସର ଦୁଇଟି ଶସ୍ତା ପ୍ଲାନରେ ପରିବର୍ତ୍ତନ କରିଛି।

ରିଲାଏନ୍ସ ଜିଓ ଦୁଇଟି ପ୍ଲାନ୍ସରେ ପରିବର୍ତ୍ତନ କରିଛି ଏବଂ ତାର ମୂଲ୍ୟ ୧୯ ଟଙ୍କା ୨୯ ଟଙ୍କା। ଆସନ୍ତୁ ଜାଣିବା ଏହି ପ୍ଲାନରେ କେଉଁ ପ୍ରକାର ସୁବିଧା ମିଳିବ।

Jioର ୧୯ ଟଙ୍କିଆ ପ୍ଲାନ: ରିଲାଏନ୍ସ ଜିଓର ଏହି ୧୯ ଟଙ୍କିଆ ଶସ୍ତା ରିଚାର୍ଜ ପ୍ଲାନ ୧ଜିବି ଡାଟା ଭାଉଚର ପ୍ଲାନ ଅଟେ। ଜିଓ ଏହି ପ୍ଲାନରେ ୟୁଜର୍ସଙ୍କୁ ବେସ୍ ପ୍ଲାନ ୮୪ ଦିନ ପର୍ଯ୍ୟନ୍ତ ଭ୍ୟାଲିଡିଟି ଅଫର କରିଥାଏ, ହେଲେ ବର୍ତ୍ତମାନ ଏଭଳି ଆଉ ହେବନାହିଁ। କମ୍ପାନୀ ଏହି ୧୯ ଟଙ୍କିଆ ଡାଟା ଭାଉଚରର ଭ୍ୟାଲିଡିଟି କମ କରିଦେଇଛି। ଏହି ୧୯ ଟଙ୍କିଆ ୧ ଜିବି ଡାଟା ପ୍ୟାକର ଭ୍ୟାଲିଡିଟି ୧ ଦିନ ହିଁ ରହିବ।

Jioର ୨୯ ଟଙ୍କିଆ ରିଚାର୍ଜ ପ୍ଲାନରେ କଣ ମିଳିବ ଲାଭ: ଜିଓ ନିଜ ଗ୍ରାହକଙ୍କୁ ୨୯ ଟଙ୍କାର ରିଚାର୍ଜ ପ୍ଲାନ ମଧ୍ୟ ଅଫର କରିଥାଏ। ଜିଓର ଏହି ଶସ୍ତା ପ୍ଲାନ ମଧ୍ୟ ଏକ ଡାଟା ଭାଉଚର ପ୍ରଦାନ କରିଥାଏ। ଏହି ପ୍ଲାନରେ କମ୍ପାନୀ ଗ୍ରାହକଙ୍କୁ ୨ ଜିବି ଡାଟା ପ୍ରଦାନ କରିଥାଏ। ଯଦି ଆପଣ ଏହି ଡାଟା ଭାଉଚରକୁ ପକାଉଛନ୍ତି ତେବେ ଜାଣିରଖନ୍ତୁ ଯେ, ଏହି ଭାଉଚର ମାତ୍ର ଦୁଇଦିନ ରହିବ। ଯଦି ଆପଣ ଦୁଇ ଦିନ ମଧ୍ୟରେ ଏହି ୨ଜିବି ଡାଟାକୁ ବ୍ୟବହାର କରୁନାହାନ୍ତି ତେବେ ଏହା ଆପେ ଆପେ ଶେଷ ହୋଇଯିବ।