ନୂଆବର୍ଷ ପୂର୍ବରୁ ଘରୁ ବାହାର କରନ୍ତୁ ଏହି ସବୁ ଜିନିଷ: ଦୂର ହେବ ଦାରିଦ୍ର୍ୟତା, ମିଳିବ ଆର୍ଥିକ ସଫଳତା

ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ । ତେବେ ଆସୁଥିବା ବର୍ଷ ଭଲରେ କଟୁ ବୋଲି ପ୍ରତ୍ୟେକ ଚାହିଁଥାନ୍ତି । ଏହା ସହିତ ନୂତନ ବର୍ଷରେ କିଛି ନୂତନ କରିବା ପାଇଁ ମଧ୍ୟ ଚାହିଁଥାନ୍ତି । ହେଲେ ବାସ୍ତୁଶାସ୍ତ୍ର ଅନୁଯାୟୀ, ନୂଆବର୍ଷର ଆରମ୍ଭ ସବୁବେଳେ କିଛି ନୂଆ ଜିନିଷ ସହିତ ହେବା ଦରକାର । କିନ୍ତୁ କିଛି ଏପରି ଜିନିଷ ରହିଛି ଯାହା ନୂଆବର୍ଷ ଆଗରୁ ଆପଣଙ୍କୁ ଘରୁ ବାହାର କରିଦେବା ନିହାତି ଆବଶ୍ୟକ । କାରଣ ଏସବୁ ପୁରୁଣା ଜିନିଷ ରହିବା ଦ୍ୱାରା ଘରେ କିଛି ନୂଆଜିନିଷ କରିବା ସମୟରେ ବିଘ୍ନ ଆସିଥାଏ । ତେବେ ଆସନ୍ତୁ ଜାଣିବା ନୂଆବର୍ଷ ଆଗରୁ କେଉଁ ସବୁ ଜିନିଷକୁ ଆପଣ ଘରେ ନରଖିବା ଉଚିତ ।

ଭାଙ୍ଗି ଯାଇଥିବା ମୂର୍ତ୍ତି- ନୂଆ ବର୍ଷ ପୂର୍ବରୁ ଘରେ ଥିବା ଭଙ୍ଗାମୂର୍ତ୍ତିକୁ ପ୍ରଥମେ ଘରୁ କାଢ଼ିଦିଅନ୍ତୁ । ଭଙ୍ଗା କିମ୍ବା ଫାଟି ଖଣ୍ଡିତ ହୋଇଥିବା ମୂର୍ତ୍ତିକୁ ଘରେ ରଖିବା ଦ୍ୱାରା ଘରେ ନକାରାତ୍ମକତା ବଢ଼ିଥାଏ । ଏହା ସହିତ କୌଣସି ଶୁଭ କାର୍ଯ୍ୟ କରିବାରେ ଏହା ବାଧା ସୃଷ୍ଟି କରିଥାଏ । ଏଥି ସହିତ ଘରେ ଭଙ୍ଗା ମୂର୍ତ୍ତି ରହିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ଆଗମନରେ ମଧ୍ୟ ବାଧା ଉପୁଜିଥାଏ ।

ବନ୍ଦ ହୋଇଯାଇଥିବା ବା ଖରାପ ହୋଇଯାଇଥିବା ଘଣ୍ଟା- ଜୀବନରେ ସମୟର ମୂଲ୍ୟ ବହୁତ ବେଶୀ । ତେବେ ଏପରି ସ୍ଥିତିରେ ସମୟ ଦେଖାଉଥିବା ଘଡ଼ିକୁ ଅଣଦେଖା କରିବା ଉଚିତ ନୁହେଁ । ଯଦି ଘରେ କୌଣସି ଘଡ଼ି ଖରାପ ହୋଇଯାଇଛି ତେବେ ଏହାକୁ ତୁରନ୍ତ ବଦଳାନ୍ତୁ । ନହେଲେ ଏହା ଆପଣଙ୍କ ଜୀବନରେ ନକାରତ୍ମକତା ଭରିଦେଇପାରେ । ଏହା ସହିତ ଏଥିପାଇଁ ଆପଣଙ୍କର କୌଣସି ଶୁଭ କାର୍ଯ୍ୟରେ ବିଳମ୍ବ ମଧ୍ୟ ହୋଇପାରେ ।

ଖରାପ ହୋଇଯାଥିିବା ବିଜୁଳି ଉପକରଣ- ନୂଆବର୍ଷ ପୂର୍ବରୁ ଘରେ ଥିବା ସମସ୍ତ ଖରାପ ବିଦ୍ୟୁତ ଉପକରଣକୁ ମଧ୍ୟ ଘରୁ ବାହାର କରିବା ନିହାତି ଜରୁରୀ । ଏସବୁ ଘରେ ରହିବା ଦ୍ୱାରା ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଏହା ଆପଣଙ୍କ ଜୀବନରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇପାରେ ।

ଭଙ୍ଗା ଦର୍ପଣ- ଘରେ ଭୁଲରେ ମଧ୍ୟ ଭଙ୍ଗାଦର୍ପଣ କିମ୍ବା ଭାଙ୍ଗି ଯାଇଥିବା କାଚ ରଖନ୍ତୁ ନାହିଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏହାକୁ ଘରେ ରଖିବା ଦ୍ୱାରା ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଏହା ଦ୍ୱାରା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହା ପ୍ରଭାବ ପକାଇଥାଏ ।

ଛିଣ୍ଡା ଚପଲ- ନୂଆ ବର୍ଷ ପୂର୍ବରୁ ଘର ସଫା କରିବା ସମୟରେ ଛିଣ୍ଡା ଚପଲ ବା ଜୋତାକୁ ଘରୁ କାଢ଼ି ଫୋପାଡ଼ି ଦିଅନ୍ତୁ । ଏସବୁ ଘରେ ରହିବା ଦ୍ୱାରା ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ଏହା ସହିତ ଆପଣଙ୍କର ଆର୍ଥିକ ସମସ୍ୟା ମଧ୍ୟ ଦେଖାଦେଇଥାଏ ।