IPL ପୂର୍ବରୁ ବିସିସିଆଇ ବଦଳାଇଲା ନିୟମ, ଡରିଲେଣି ଖେଳାଳି

ନିୟମ ପରିବର୍ତ୍ତନ ବଢ଼ାଇଲା ଖେଳାଳିଙ୍କ ଚିନ୍ତା । ଏପରି ଭାବେ ପାଳନ ହେବ ରିପ୍ଲେସମେଣ୍ଟ ରୁଲ୍ ।

ନୂଆଦିଲ୍ଲୀ: ଆଉ ମାତ୍ର କେଇଟା ଦିନ ପରେ ଆରମ୍ଭ ହୋଇଯିବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) । ଚଳିତ ବର୍ଷ ଆଇପିଏଲକୁ ନେଇ ଲୋକ ଯେତିକି ଉତ୍ସାହିତ ଖେଳାଳିମାନେ କିନ୍ତୁ ସେତିକି ଛାନିଆ ହୋଇପଡ଼ିଛନ୍ତି ।

ବଦଳିଲା ନିୟମ: ଖେଳାଳିମାନଙ୍କୁ ଘାରିଛି ଏବେ ରିପ୍ଲେସମେଣ୍ଟ ରୁଲ୍ । ଯାହାକୁ ନେଇ ଏବେ ଚାରିଆରେ ଚର୍ଚ୍ଚା । ମ୍ୟାଚ୍ ଆରମ୍ଭରୁ ବିସିସିଆଇ ଏ ନିୟମରେ ବଡ଼ ପରିବର୍ତ୍ତନ କରିଛି । ପୂର୍ବରୁ ଆପିଏଲ ଆରମ୍ଭର ୭ଟି ମ୍ୟାଚରେ ଖେଳାଳିମାନଙ୍କୁ ରିପ୍ଲେସ କରାଯିବାର ନିୟମ ଥିଲା । କିନ୍ତୁ ଏଥିରେ ପରିବର୍ତ୍ତନ କରାଯାଇ ରିପ୍ଲେସମେଣ୍ଟ ଅବଧିକୁ ବଢ଼ାଇ ଦିଆଯାଇଛି ।

ଚିନ୍ତାରେ ଖେଳାଳି: ନିୟମରେ ପରିବର୍ତ୍ତନ କରି ୧୨ତମ ଲିଗ୍ ମ୍ୟାଚ୍ ପର୍ଯ୍ୟନ୍ତ ଖେଳାଳିମାନଙ୍କୁ ରିପ୍ଲେସ କରାଯାଇ ପାରିବ ବୋଲି ବିସିସିଆଇ କହିଛି । ରୁଲ୍ ମୁତବକ ସେହି ଖେଳାଳିମାନଙ୍କୁ ରିପ୍ଲେସମେଣ୍ଟରେ ସାମିଲ କରାଯିବ ଯେଉଁମାନେ ଆଇପିଏଲ୍ ଖେଳାଳି ନିଲାମ ସମୟରେ ନିଜ ନାଁ ଦେଇଥିବେ ଏବଂ ଅନସୋଲ୍ଡ ରହିଥିବେ ।

ଏମିତି ହେବ ଖେଳ: ଯଦି କୌଣସି ଖେଳାଳିଙ୍କୁ ରିପ୍ଲେସମେଣ୍ଟ ପାଇଁ ବଛାଯାଉଛି ଏବଂ ତା’ର ବେସ୍ ପ୍ରାଇଜ ୧ କୋଟି ଟଙ୍କା ରହୁଛି ତେବେ ସେହି ଖେଳାଳିଙ୍କୁ ୧ କୋଟିରୁ ଅଧିକ ଟଙ୍କାରେ ନିଲାମ କରାଯିବ । ଯଦି କୌରସି ଖେଳାଳିଙ୍କ ଦେହ ଖରାପ ହୋଇଯାଏ ଏବଂ ସିଜିନ୍ ଶେଷ ହେବା ପୂର୍ବରୁ ସେ ସୁସ୍ଥ ହୋଇଯାଆନ୍ତି ସେ ପରିସ୍ଥିତିିରେ ଉକ୍ତ ଖେଳାଳିଙ୍କୁ ଆଉ ଖେଳିବାର ମୁକା ଦିଆଯିବ ନାହିଁ ।

ପ୍ରଥମ ମ୍ୟାଚ: ଆସନ୍ତା ୨୨ରେ କୋଲକାତାର ଇଡେନ୍ ଗାର୍ଡେନରେ ଆଇପିଏଲର ପ୍ରଥମ ମ୍ୟାଚ୍ ହେବାକୁ ଯାଉଛି । ମ୍ୟାଚରେ ସାମ୍ନାସାମ୍ନି ହେବେ କେକେଆର ଓ ଆରସିବି ।