fbpx

ଆସନ୍ତା ବର୍ଷ ବିବାହ କରିବେ ରଶ୍ମିକା ଓ ବିଜୟ ଦେବରକୋଣ୍ଡା! ଜାଣନ୍ତୁ କଣ କହିଲେ ଅଭିନେତ୍ରୀ

ମୁମ୍ବାଇ: ସାଉଥ୍ ର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ଯୋଡିଙ୍କୁ ଉଭୟ ଅନ୍ ସ୍କ୍ରିନ୍ ଓ ଅଫ୍ ସ୍କ୍ରିନ୍ ରେ ଫ୍ୟାନ୍ସ ମାନେ ପସନ୍ଦ କରନ୍ତି । କିଛି ଦିନ ତଳେ ଦୁହେଁ ମୁମ୍ବାଇରେ ସ୍ପଟ୍ ହୋଇଥିଲେ । ଦୁହିଁଙ୍କୁ ଏକାଧିକ ଥର ଏକାଠି ମୁମ୍ବାଇରେ ଦେଖିବାକୁ ମିଳିଛି । ଏସବୁକୁ ଦେଖି ସୋସିଆଲ୍ ମିଡିଆରେ ସେମାନଙ୍କ ମଧ୍ୟରେ ଲଭ୍ ଆଫାୟାର୍ସ ଥିବା ଗୁଜବ ଉଠିବାରେ ଲାଗିଛି । ହେଲେ ରଶ୍ମିକା ଓ ବିଜୟ ଏହାକୁ ନେଇ କିଛି ବି କହିନାହାନ୍ତି ।

ଅନ୍ୟପଟେ ରଶ୍ମିକା ଓ ବିଜୟଙ୍କ ଲଭ୍ ଆଫାୟାର୍ସ ଗୁଜବ ତ ଶୁଣିବାକୁ ମିଳିଥିଲା । କିନ୍ତୁ ଏବେ ସେମାନଙ୍କ ବିବାହକୁ ନେଇ ମଧ୍ୟ ଖବର ଆସିବାରେ ଲାଗିଛି । ଦୁହେଁ ଆସନ୍ତା ବର୍ଷ ବିବାହ କରିବାକୁ ଯାଉଥିବା ଖବର ଶୁଣିବାକୁ ମିଳିଛି । ହେଲେ ଖୋଦ୍ ରଶ୍ମିକା ଓ ବିଜୟ ନିଜ ସମ୍ପର୍କକୁ ନେଇ ଖୋଲାଖୋଲି ଭାବରେ କିଛି ବି କହିନାହାନ୍ତି ।

ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା, ଏକାଠି ଦୁଇଟି ସୁପର୍ ହିଟ୍ ଫିଲ୍ମ ଡିୟର୍ କମୋରେଡ୍ ଓ ଗୀତା ଗୋବିନ୍ଦା ରେ ନଜର ଆସିଥିଲେ । ଏହି ଫିଲ୍ମ ଦୁଇଟି ସୁପର୍ ହିଟ୍ ହେବା ପରେ ଫ୍ୟାନ୍ସ ମାନେ ଏହି ଯୋଡ଼ିଙ୍କୁ ଖୁବ୍ ପସନ୍ଦ କରିଥିଲେ । ଅନ୍ ସ୍କ୍ରିନ୍ କେମେଷ୍ଟ୍ରୀ ଦୁହିଁଙ୍କର ବେଶ୍ ପ୍ରଶଂସା ସାଉଁଟିଥିଲା ।

ସୂଚନାଯୋଗ୍ୟ, ବିଜୟ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ଶୁଟିଂ ପାଇଁ ମୁମ୍ବାଇରେ ରହିଛନ୍ତି । ଅନ୍ୟପଟେ ରଶ୍ମିକା ମଧ୍ୟ ମୁମ୍ବାଇରେ ଏକ ଫ୍ଲାଟ୍ କିଣି ସିଫ୍ଟ ହୋଇଛନ୍ତି । ଏହା ଭିତରେ ଏହି ଦୁଇ ଷ୍ଟାର୍ ଙ୍କୁ ମୁମ୍ବାଇରେ ଅନେକ ଥର ସ୍ପଟ୍ କରାଯାଇଛି । ରଶ୍ମିକାଙ୍କ ଫିଲ୍ମ ପୁଷ୍ପା ବକ୍ସ ଅଫିସ୍ ରେ ଲାଇମ୍ ଲାଇଟ୍ କୁ ଆସିବା ପରେ ସେ ଓ ଅଲ୍ଲୁ ଅର୍ଜୁନ ଦୁହେଁ ଚର୍ଚ୍ଚାରେ ରହିଛନ୍ତି । ଏହାପରେ ସେ ଏକ ଇଣ୍ଟରଭିୟୁରେ ପ୍ରେମ ଓ ବିବାହକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ।

୨୩ ବର୍ଷୀୟା ରଶ୍ମିକା ଏବେ ବିବାହ ପାଇଁ ଖୁବ୍ ଛୋଟ । ସେ କହିଛନ୍ତି ଯେ, ମୁଁ ଏବେ ବିବାହ ବିଷୟରେ କିଛି ବି ଭାବୁନାହିଁ, କାରଣ ଏଥିପାଇଁ ମୁଁ ଖୁବ୍ ସାନ । ରଶ୍ମିକାଙ୍କ ପାଇଁ ପ୍ରେମ ମାନେ ହେଉଛି ଦୁହେଁ ଦୁହିଁଙ୍କ ସମ୍ମାନ ଦେବା ଓ ସୁରକ୍ଷିତ ମନେ କରିବା । ପ୍ରେମକୁ ବ୍ୟାଖ୍ୟା କରିବା ଖୁବ୍ କଷ୍ଟ । ଏହା ଦୁଇ ପଟରୁ କାମ କରେ କେବଳ ଗୋଟିଏ ପଟରୁ ନୁହେଁ । ତେବେ ବିଜୟଙ୍କ ସହିତ ରିଲେସନ୍ ଗୁଜବକୁ ନେଇ ସେ କହିଛନ୍ତି ଯେ, ଏହା କେବଳ ସମୟ କହିବ ।

Get real time updates directly on you device, subscribe now.