fbpx

ନଦୀରେ ନିଖୋଜ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): ପାଇକା ନଦୀରେ ନିଖୋଜ ଥିବା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି । କେନ୍ଦ୍ରାପଡ଼ା ମହାକାଳପଡ଼ା ଥାନା ପାଟଳିପଙ୍କ ନର୍ସରୀ ନିକଟ ନଦୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ଗାଧୋଇବାକୁ ଯାଇ ପାଇକା ନଦୀରେ ବୃଦ୍ଧା ଭାସିଯାଇଥିଲେ ।

ସେହିପରି କେନ୍ଦୁଝରରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଯାଜପୁର ଜିଲ୍ଲାରୁ ଉଦ୍ଧାର ହୋଇଛି । ୨ ନିଖୋଜଙ୍କ ମଧ୍ୟରୁ କ୍ଷୀରୋଦ ନାଏକଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ସେପ୍ଟେମ୍ବର ୧୭ ତାରିଖରେ ବୈତରଣୀର ଆନନ୍ଦପୁର ବ୍ୟାରେଜ ନିକଟରେ କ୍ଷୀରୋଦ ଓ ଅନ୍ୟ ଜଣେ ନିଖୋଜ ହୋଇଥିଲେ ।

Get real time updates directly on you device, subscribe now.