fbpx

ବାଂଲାଦେଶରେ ତେଜିଲା ସଂରକ୍ଷଣ ପ୍ରସଙ୍ଗ: ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ, ବ୍ୟାନ୍ ହେଲା ସୋସିଆଲ ମିଡିଆ ଆପ୍

ଢ଼ାକା: ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ପୁଣି ଥରେ ଶେଖ୍ ହସୀନା ସରକାରଙ୍କ ବିରୋଧରେ ହିଂସା ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଜୁଲାଇ ମାସରେ ହିଂସାରେ ପ୍ରାଣ ହରାଇଥିବା ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଶୁକ୍ରବାର ଏହି ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଏହା ପରେ ବାଂଲାଦେଶ ସରକାର ଅସ୍ଥାୟୀ ଭାବରେ ଇନଷ୍ଟାଗ୍ରାମ, ଫେସବୁକ୍‌, ଟିକଟକ୍‌, ୟୁଟ୍ୟୁବ ଭଳି ସୋସିଆଲ ମିଡିଆ ଆପ୍‌  ଉପରେ ନିଷେଧାଦେଶ ଜାରି କରାଯାଇଥିବା ଅଧିକାରିକ ସୂତ୍ରରୁ ପ୍ରକାଶ ।

ସୂଚନାରୁ ପ୍ରକାଶ ସଂରକ୍ଷଣ ପ୍ରସଙ୍ଗକୁ ନେଇ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସୀନାଙ୍କ ବିରୋଧରେ ଛାତ୍ରଙ୍କ ପ୍ରଦର୍ଶନ ଜାରି ରହିଛି । ଗତ ମାସ ହୋଇଥିବା ବିରୋଧକୁ ନେଇ ଦେଶର ଅନେକ ସ୍ଥାନରେ କର୍ଫୁ ଜାରି କରାଯାଇଥିଲା । ଏହା ସହ ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟ ମଧ୍ୟ ବନ୍ଦ ରହିଥିଲା । ତେବେ ମଝିରେ ଏହି ହିଂସା ଥମିଯାଇଥିବା ବେଳେ ପୁଣି ଥରେ ତେଜିଛି । କୌଣସି ପ୍ରକାର ବିପରିତ ପରିସ୍ଥିତିରୁ ବର୍ତ୍ତିବା ପାଇଁ ବାଂଲାଦେଶ ସରକାର ଦିନ ୧୨ ପରେ ସମସ୍ତ ମୋବାଇଲ ଫୋନରେ ମେଟା ପ୍ଲାଟଫର୍ମର ନେଟୱାର୍କ ସୀମିତ କରିଦେଇଛନ୍ତି । ପରେ ଇଣ୍ଟରନେଟ୍ ବ୍ୟବହାର ଉପରେ ମଧ୍ୟ ବ୍ୟାନ୍ ଲାଗିଥିଲା ।

 

Get real time updates directly on you device, subscribe now.