fbpx

ବିଳମ୍ବିତ ରାତିରେ ନିଜ ଘର ଛାଡ଼ି ଦୌଡ଼ିଲେ ଲୋକ: ଆଫଗାନିସ୍ତାନରେ ପୁଣି ଭୂକମ୍ପ ଝଟକା, ୪ ଦିନ ପୂର୍ବରୁ ଯାଇଥିଲା ହଜାର ହଜାର ଲୋକଙ୍କ ଜୀବନ

Advertisement

କାବୁଲ: ଗତ ରବିବାର ଠାରୁ ଆଫଗାନିସ୍ତାନରେ ଲଗାତାର ଭୂକମ୍ପ ଅନୁଭୂତ ହେଉଛି । ଏହି କ୍ରମରେ ଗୁରୁବାର ସକାଳ କେତେକ ଅଞ୍ଚଳରେ ଭୂମିକମ୍ପ ଝଟକା ଲାଗିଥିଲା । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଉଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପ ସକାଳ ପ୍ରାୟ ୧: ୧୦ ରେ ଅନୁଭୂତ ହୋଇଥିଲା ଓ ଏହା୧୫୦ କିଲୋମିଟର ଗଭୀରରେ ହୋଇଥିଲା । ମୃତାହତ କିମ୍ବା କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନରେ ଏହା ଲଗାତାର ଚତୁର୍ଥ ଭୂକମ୍ପ ଏବଂ ହେରାତ ପ୍ରଦେଶରେ ତୀବ୍ର ଭୂକମ୍ପ ହେବାର ଗୋଟିଏ ସପ୍ତାହ ଏହା ଅନୂଭୂତ ହୋଇଛି, ସେଥିରେ ୪,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

ଏହାପୂର୍ବରୁ ଅକ୍ଟୋବର ୧୫ ରେ ଆଫଗାନିସ୍ତାନରେ ରିକ୍ଟର ସ୍କେଲରେ ୫.୪ ମାପ ବିଶିଷ୍ଟ ଏକ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାପୂର୍ବରୁ ଅକ୍ଟୋବର ୧୩ ରେ ଆଫଗାନିସ୍ତାନରେ ୪.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଆସିିଥିଲା । ଏହାପୂର୍ବରୁ ଅକ୍ଟୋବର ୧୧ ରେ, ରିକ୍ଟର ସ୍କେଲରେ ୬.୧ ମାପ ବିଶିଷ୍ଟ ଆଉ ଏକ ଭୂକମ୍ପ ଦେଶରେ ଅନୁଭୂତ ହୋଇଥିଲା । ଗତ ସପ୍ତାହରେ ଆଫଗାନିସ୍ତାନର ହେରାତ ପ୍ରଦେଶରେ ହୋଇଥିବା ଭୂକମ୍ପରେ ୪,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ହଜାର ହଜାର ଲୋକଙ୍କ ଘର ନଷ୍ଟ ହୋଇଥିଲା ବୋଲି ଖାମା ପ୍ରେସ ତାଲିବାନ ନେତୃତ୍ୱାଧୀନ ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ପାଇଛି ।

ଗତ ଦୁଇ ସପ୍ତାହ ମଧ୍ୟରେ ପଶ୍ଚିମ ଆଫଗାନିସ୍ତାନରେ ଘଟିଥିବା ଅନେକ ଭୟଙ୍କର ଭୂକମ୍ପରେ ହଜାର ହଜାର ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଗ୍ରାଉଣ୍ଡ ସହାୟତା କର୍ମଚାରୀ କହିଛନ୍ତି ଯେ, ତାଲିବାନ ଏଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ନୁହେଁ । ମିଳିତ ଜାତିସଂଘ କାର୍ଯ୍ୟାଳୟର ମାନବିକ ବ୍ୟାପାର କାର୍ଯ୍ୟାଳୟ ଅନୁଯାୟୀ ଏହି ଭୂକମ୍ପରେ ୧୪୮୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ହେରାତର ୬ଟି ଜିଲ୍ଲାର ୨୭,୧୫୦ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ତାଲିବାନର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟ ଅଧିକ ଆକଳନ କରି କହିଛନ୍ତି ଯେ ମୃତାହତଙ୍କ ସଂଖ୍ୟା ୪,୦୦୦ ରୁ ଅଧିକ ।

Get real time updates directly on you device, subscribe now.