fbpx

ଏଥର ଫିକା ପଡିବ ହୋଲି! ଓଡିଶାର ଏହି ଜିଲ୍ଲାରେ ଲାଗିଲା କଟକଣା, ଜାଣନ୍ତୁ କ’ଣ?

କଟକ,୧୯ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ପୁଣି ଥରେ ସକ୍ରିୟ ହେବାରେ ଲାଗିଛି । କରୋନାକୁ ଦୃଷ୍ଟିରେ ରଖି କଟକ ପୋଲିସ ପକ୍ଷରୁ ମେଲଣ ଓ ହୋଲି ପାଇଁ କଟକଣା ଲାଗୁ କରାଯାଇଛି । ନିରାଡମ୍ବର ଭାବେ ସର୍ବାଧିକ ୨୦୦ ଲୋକରେ ଦୋଳ ମେଲଣ ହେବ । ପ୍ରତି ବିମାନ ନିକଟରେ ସର୍ବାଧିକ ୧୦ ଜଣ ଲୋକ ରହିପାରିବେ ।

ଏଥର ମେଳଣ ହେବ, କିନ୍ତୁ ଶେଭାଯାତ୍ରା, ଡିଜେ, ମାଇକ ଓ ବାଜା ମନା ହୋଇଛି । ଏହା ସହ ଲାଠି ଧରିବା , ମେଳଣ ପଡିଆରେ ମୀନା ବଜାର ମନା ହୋଇଛି । ମେଲଣ ପଡିଆରେ ଲଉଡି ଖେଳ, ମୀନାବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ମନା ହୋଇଛି । ରାସ୍ତା ଓ ସର୍ବସାଧାରଣ ସ୍ଥାନରେ ହୋଲି ଖେଳ, ମାଇକ, ବାଜା ମନା ହୋଇଛି । ଘରେ ରହି ହୋଲି ଖେଳିବାକୁ କମିଶନରେଟ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ତେବେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୫୯୯ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୪ ଓ ସ୍ଥାନୀୟ ଅଞ୍ଚଳରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୫ ହଜାର ୯୨୩ ରହିଥିବା ବେଳେ ୭୦୫ ଜଣ ଚିକିତ୍ସିତ ହେଉଛନ୍ତି । ଆଜି କଟକ ଜିଲ୍ଲାରୁ ସର୍ବାଧିକ ୨୦ ଜଣ ଓ ଖୋର୍ଦ୍ଧାରୁ ୧୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.