fbpx

ଉପେନ୍ଦ୍ର ତ୍ରିପାଠୀଙ୍କୁ ରାଜ୍ୟପାହ୍ୟା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଦେଲେ ନୂଆ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଉପେନ୍ଦ୍ର ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତା ସମେତ କାର୍ଯ୍ୟକାରୀ ସଭାପତି ଓ ଅଧ୍ୟକ୍ଷ ଭାବେ ଶ୍ରୀ ତ୍ରିପାଠୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏଥିସହ ତାଙ୍କୁ ମିଳିଛି ରାଜ୍ୟପାହ୍ୟା ମନ୍ତ୍ରୀପଦ । ଏଥିସହ ଶ୍ରୀ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶିକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ ।

ଶ୍ରୀ ତ୍ରିପାଠୀ କର୍ଣ୍ଣାଟକ କ୍ୟାଡର୍ ୧୯୮୦ ବ୍ୟାଚ୍ ଆଇଏଏସ୍ ଅଫିସର୍ ଭାବେ କାର୍ଯ୍ୟାରମ୍ଭ କରିଥିଲେ । ତେବେ ବିଶ୍ୱସ୍ତରରୁ ଆଞ୍ଚଳିକସ୍ତର ପର୍ଯ୍ୟନ୍ତ ଆଦର୍ଶ ବିଦ୍ୟାଳୟ ଏବଂ ଶିକ୍ଷା ସମ୍ପର୍କରେ ସେ ପୂର୍ଣ୍ଣ ଅଭିଜ୍ଞତା ହାସଲ୍ କରିଛନ୍ତି । ୧୯୯୯-୨୦୦୧ ପର୍ଯ୍ୟନ୍ତ ସେ କର୍ଣ୍ଣାଟକ ସରକାରରେ ଜନ ନିର୍ଦ୍ଦେଶାଳୟର କମିସନର ଭାବେ ରହିଥିବାବେଳେ ୩ ଲକ୍ଷ ଶିକ୍ଷକଙ୍କ ସମେତ ପ୍ରାୟ କୋଟି ଛାତ୍ରଙ୍କୁ ସେ ଶିକ୍ଷାର ନୂଆ ଦିଶା ଏବଂ ଦିଗଦର୍ଶନ ପ୍ରଦାନ କରିଥିଲେ । ଆଧୁନିକ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରିବା ସହ ଶିକ୍ଷା କ୍ଷେତ୍ରରେ ଏକ ଅୟମାରମ୍ଭ କରିବାରେ ଶ୍ରୀ ତ୍ରିପାଠୀଙ୍କ ଯଥେଷ୍ଟ ଭୂମିକା ରହିଥିଲା । ଖାଲି ସେତିକି ନୁହେଁ, ଇଣ୍ଟରନ୍ୟାସନାଲ୍ ସୋଲାର୍ ଆଲିଆନ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ ବିଶ୍ୱସ୍ତରରେ ପ୍ରଥମଥର ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛନ୍ତି । ସାଧାରଣ ପ୍ରଶାସନ ସେବା କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ଓ ଭୂମିକା ପାଇଁ ତାଙ୍କୁ ସମ୍ମାନଜନକ ପୁରସ୍କାର ପ୍ରଦାନ କରିସାରିଛନ୍ତି ପ୍ରଧାନମନ୍ତ୍ରୀ । ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ତାଙ୍କୁ ପୁରସ୍କୃତ କରିଥିଲେ । ଏଥିସହ ସେ ନିଜର ଦକ୍ଷତା, ନୂଆ ପରିକଳ୍ପନା ଓ ରୂପରେଖ ପାଇଁ ବହୁବାର ପୁରସ୍କୃତ ହୋଇଛନ୍ତି । କେନ୍ଦ୍ର ନବୀକରଣଯୁକ୍ତ ଶକ୍ତି ବିଭାଗର ସଚିବ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି । ଅନ୍ୟ ପ୍ରମୁଖ ବିଭାଗରେ ତାଙ୍କର କାର୍ଯ୍ୟଶୈଳୀକୁ ଖୁବ୍ ପ୍ରଶଂସା କରାଯାଇଛି ।

ଗଞ୍ଜାମ ଜିଲ୍ଲାର ରମ୍ଭା ନିକଟ କହକପୁରରେ ଜନ୍ମିତ ଶ୍ରୀ ତ୍ରିପାଠୀ ରେଭେନ୍ସାରେ ଶିକ୍ଷାଧ୍ୟୟନ ପରେ ପରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଏବଂ କାନାଡାର କାର୍ଲିଟନ ୟୁନିଭର୍ସିଟିରେ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି ।

Get real time updates directly on you device, subscribe now.