fbpx

ଫେରୁଛି ମୌସୁମୀ : ଅକ୍ଟୋବର ପ୍ରଥମ ସପ୍ତାହରେ ଆସିପାରେ ବାତ୍ୟା

ଭୁବନେଶ୍ୱର : ପୁଣି ଫେରୁଛି ମୌସୁମୀ । ଓଡ଼ିଶାକୁ ଦେଖାଗଲାଣି ବାତ୍ୟା ଭୟ । ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ଏହା ଅକ୍ଟୋବରର ପ୍ରଥମ ସପ୍ତାହରେ ହେବ ବୋଲି ଆକଳନ କରାଯାଇଛି । ଏହି ବାତ୍ୟାଟି ଓଡ଼ିଶା ମୁହାଁ ହେବ ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିଛି ।
ଆଇଏମଡିର ସୂଚନା ଅନୁଯାୟୀ, ପଶ୍ଚିମ ବାୟୁ ସହ ଥିବା ବିଷୁବରେଖା ନିକଟରେ ତରଙ୍ଗ ଥିବା ଯୋଗୁଁ ଏହି ମାସର ଶେଷ ଆଡକୁ ଆଣ୍ଡାମାନ ସାଗାର ଏବଂ ପାଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୟ ବଙ୍ଗୋପସାରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଅଳ୍ପ ଅଳ୍ପ ଘନୀଭୂତ ହୋଇ ଆସନ୍ତା ମାସ ଅର୍ଥାତ ଅକ୍ଟୋବର ୨-୩ ତାରିଖ ଆଡକୁ ଏହା ଏକ ସାମୁଦ୍ରିକ ଝଡ଼ର ରୂପ ନେବ । ଏହି ଘୂର୍ଣ୍ଣିବଳୟଟି ଓଡ଼ିଶା ମୁହାଁ ହେବାର ଅଧିକ ସମ୍ବାବନା ରହିଥିବାର ଜଣାପଡୁଛି ।
ଏହି ବାତ୍ୟା ଆହୁରି ଘନୀଭୂତ ହୋଇ ଏକ ଅବପାତ କିମ୍ବା ‘ବାତ୍ୟା’ରେ ପରିଣତ ହେବାର ଅଳ୍ପ ସମ୍ଭାବନା ରହିଥିବାର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ଓଡ଼ିଶା ପାଇଁ ଅକ୍ଟୋବର ବାତ୍ୟା ଋତୁ ହୋଇଥିବା ବେଳେ ୧୯୯୯ ମହାବାତ୍ୟା, ୨୦୧୩ ମସିହାର ଫାଇଲିନ୍ ବାତ୍ୟା ଓ ବାତ୍ୟା ସିତ୍‌ରାଙ୍ଗ ଆଦି ଏହି ଅକ୍ଟୋବର ମାସରେ ହିଁ ହୋଇଛି।

Get real time updates directly on you device, subscribe now.