fbpx

ପୋଡ଼ା ତେଲକୁ ପୁଣିଥରେ ରୋଷେଇରେ ବ୍ୟବହାର କରୁଛନ୍ତି କି? ଶରୀରରେ ହୋଇପାରେ ଗମ୍ଭୀର ରୋଗ, ଜାଣନ୍ତୁ FSSAIର ଗାଇଡଲାଇନ୍

Advertisement

ନୂଆଦିଲ୍ଲୀ: ଅଧିକାଂଶ ଲୋକେ ଖାଇବା ଜିନିଷକୁ ଭଲରେ ଛାଣିବା ପାଇଁ ଅଧିକ ତେଲର ବ୍ୟବହାର କରନ୍ତି । ପରେ ବଳକା ରହିଥିବା ପୋଡ଼ାତେଲକୁ ପୁନଃ ରୋଷେଇରେ ମଧ୍ୟ ବ୍ୟବହାର କରନ୍ତି । ତେବେ ଆମକୁ ଲାଗିଥାଏ କି, ତେଲ ନଷ୍ଟ ହେବା ଅପେକ୍ଷା ପୁଣି ବ୍ୟବହାର କରିନେବା ଠିକ୍ । କିନ୍ତୁ ଏହା ଆପଣଙ୍କ ଶରୀରକୁ କେତେ କ୍ଷତି ପହଞ୍ଚାଇଥାଏ ତାହା ଜାଣିଛନ୍ତି କି? ବିଶେଷଜ୍ଞଙ୍କ କହିବା ମୁତାବକ, ରୋଷେଇ ସମୟରେ ଯେଉଁ ତେଲକୁ ବ୍ୟବହାର କରାଯାଇଛି, ତାହାକୁ ପୁଣି ଗରମ କରି ବ୍ୟବହାର କରିବା କ୍ଷତିକାରକ ହୋଇପାରେ । ଏପରି କରିବା ଦ୍ୱାରା ଅନେକ ଗମ୍ଭୀର ରୋଗ ହେବାର ସମ୍ଭାବନା ରହିଛି ।

ଏକ ରିସର୍ଚ୍ଚରେ କୁହାଯାଇଛି ଯେ, ତେଲକୁ ପୁନଃ ବ୍ୟବହାର କରିବା ଦ୍ୱାରା ସେଥିରୁ ବିଷାକ୍ତ ପଦାର୍ଥ ବାହାରିଥାଏ ଓ ଶରୀରରେ ଫ୍ରି ରେଡିକଲ୍ସ ବୃଦ୍ଧି ପାଇଥାଏ । ଫଳରେ ଶରୀରେ କୁଣ୍ଡାଇହେବା ଓ ଅନେକ ପ୍ରକାର ରୋଗ ହେଦଖାଯାଇଥାଏ । ଏଫଏସଏସଏଆଇର ଗାଇଡଲାଇନ୍ ଅନୁସାରେ, ‘ବ୍ୟବହାର ହୋଇଥିବା ତେଲକୁ ପୁଣିଥରେ ବ୍ୟବହାର କରିବା ଉଚିତ ନୁହେଁ । ଟ୍ରାନ୍ସ ଫ୍ୟାଟରୁ ରକ୍ଷାପାଇବା ପାଇଁ ଆପଣ ଏହାକୁ ୩ ଥର ବ୍ୟବହାର କରିପାରିବେ ।’

କିନ୍ତୁ ତେଲକୁ ପୁନଃ ଗରମ କରି ବ୍ୟବହାର ନ କରିବା ଉଚିତ୍ । ବିଶେଷଜ୍ଞଙ୍କ କହିବା ମୁତାବକ, କୌଣସି ବ୍ୟକ୍ତି କେତେଥର ବ୍ୟବହୃତ ତେଲକୁ ରୋଷେଇରେ ଉପଯୋଗ କରିପାରିବେ, ତାହା ଏଥିରେ ପ୍ରସ୍ତୁତ ଖାଦ୍ୟ ଉପରେ ନିର୍ଭର କରେ । ଏହା ବ୍ୟତୀତ ଏହା କେଉଁ ପ୍ରକାର ତେଲ ଓ ଏହାକୁ କେଉଁ ତାପମାତ୍ରାରେ କେତେ ସମୟ ପର୍ଯ୍ୟନ୍ତ ଗରମ କରିଛନ୍ତି, ତାହା ଉପରେ ବି ନିର୍ଭର କରିଥାଏ । ଉଚ୍ଚ ତାପମାତ୍ରାରେ ଗରମ ହୋଇଥିବା ତେଲରୁ ବିଷାକ୍ତ ଧୂଆଁ ବାହାରିଥାଏ । ଏଥିପାଇଁ ଏହାକୁ ଧୂଆମୟ ହେବା ପର୍ଯ୍ୟନ୍ତ ଗରମ କରିବା ଉଚିତ । ଏହା ବ୍ୟତୀତ ତେଲକୁ ପୁନଃ ବ୍ୟବହାର କରିବା ଦ୍ୱାରା ହୃଦରୋଗ , ଷ୍ଟ୍ରୋକ୍ ଓ ପାରାଲିସିସ୍ ଭଳି ରୋଗର ସମ୍ଭାବନା ରହିଛି ।

Get real time updates directly on you device, subscribe now.