ଭୁବନେଶ୍ୱର: କେଉଁଝର ଜିଲ୍ଲାରେ ଶିଶୁ ମଡ଼କ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ‘ଦ ହିନ୍ଦୁ’ ଭଳି ଖ୍ୟାତିସମ୍ପନ୍ନ ଖବରକାଗଜର ପ୍ରଥମ ପୃଷ୍ଠାରେ କେଉଁଝର ଜିଲ୍ଲାର ବିକଳ ଚିତ୍ର ପ୍ରକାଶିତ ହୋଇଛି। ଚଳିତ ମାସ ୧୮ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚବିଶ ଘଣ୍ଟା ମଧ୍ୟ୍ୟରେ ୬ଟି ଶିଶୁଙ୍କର ମୃତ୍ୟୁ ହେବା ଘଟଣାକୁ ନେଇ ଜିଲ୍ଲାରେ ନଗ୍ନ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପ୍ରଶ୍ନ କରିଛି। କାରଣ ଭାରତରେ ବହୁତ କମ୍ ଜିଲ୍ଲା ଅଛି ଯାହା ଓଡିଶାର କେଉଁଝର ଭଳି ଆର୍ଥିକ ଶକ୍ତି ସହିତ ମେଳ ହୋଇପାରେ। ଏହାବାଦ, ରାଜ୍ୟର ୩୦ ଟି ଜିଲ୍ଲା ମଧ୍ୟରେ ସର୍ବାଧିକ ସଂଖ୍ୟକ ପୃଷ୍ଟିହୀନତା, କମ୍ ଓଜନ ବିଶିଷ୍ଟ ଶିଶୁ ଏବଂ ରକ୍ତହୀନ ଗର୍ଭବତୀ ମହିଳା ରହିଥିବାରୁ ଏହି ଲଜ୍ଜାର ସମୁଖିନା ହୋଇଛି ଜିଲ୍ଲା।
ଘଟଣା ଦିନ ଜଣେ ମହିଳା ତାଙ୍କର ତୃତୀୟ ସନ୍ତାନଙ୍କୁ ହରାଇବାର ଘଟଣା ରାଜ୍ୟ ସରକାରଙ୍କୁ ଟିକିଏ ଚିନ୍ତା କରିବାକୁ ବାଧ୍ୟ କରିବ। ୨୦୨୦ ଏବଂ ୨୦୨୧ରେ ନିଜର ପ୍ରଥମ ଏବଂ ଦ୍ୱିତୀୟ ସନ୍ତାନକୁ ହରାଇବା ପରେ ୨୯ ବର୍ଷିୟ ଶିଶିର ଦେହୁରୀ ଶତ ଚେଷ୍ଟା ସତ୍ୱେ ତାଙ୍କର ତୃତୀୟ ସନ୍ତାନକୁ ବଞ୍ଚାଇ ପାରି ନାହାନ୍ତି। ତୃତୀୟ ପିଲା ଜନ୍ମ ହେବା ଦୁଇମାସ ପୁର୍ବରୁ ଶିଶିର ବଶଂପାଳ ବ୍ଲକ୍ର ସୁଦୁର ଏମିରୁି ଗାଁ’ରୁ ପ୍ରସବ ପୂର୍ବରୁ ଦୁଇ ମାସ ମାତୃ ଗ୍ରୁହରେ ପ୍ରସବକୁ ଅପେକ୍ଷା କରିଥିଲେ। ତେବେ ଶିଶିରଙ୍କ ସମସ୍ତ ପରିଶ୍ରମ ବୃଥା ହୋଇଯାଇଥିଲା ଯେତେବେଳେ ଜିଲ୍ଲା ମୁଖ୍ୟ ମେଡିକାଲର ସ୍ୱତନ୍ତ୍ର ନବଜାତ ଯତ୍ନ ୟୁନିଟ୍ ରେ ୬ ଶିଶୁଙ୍କ ମଧ୍ୟରେ ତାଙ୍କ ୫ ଦିନର ପିଲା ମଧ୍ୟ ପ୍ରାଣ ତ୍ୟାଗ କରିଥିଲା । ଘଟଣାକୁ ନେଇ ଶିଶରଙ୍କ ସ୍ତ୍ରୀ କହିଛନ୍ତି ଯେ, ‘ମୃତ୍ୟୁ ପୁର୍ବରୁ ମୁଁ ମୋର ପିଲାକୁ ଟିକିଏ କ୍ଷୀର ଦେଇ ପାରିଲି ନାହିଁ।’
ଚଳିତ ମାସରେ ଜିଲ୍ଲା ମେଡିକାଲରେ ୧୨୮ ଶିଶୁ ଜନ୍ମ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇରୁ ତିନି ଜଣଙ୍କୁ ଛାଡ଼ିଦେଲେ ବାକି ସମସ୍ତ ଶିଶୁ ୨.୫ କେଜି ବା ୨କେଜି ରହିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ୨.୫ କେଜିର ପିଲା ଜନ୍ମ ହେବା ସଧାରଣରୁ କମ୍ ଓଜନର ବୋଲି ବିବେଚନା କରାଯାଏ। ବିଡମ୍ବନାର ବିଷୟ ଏହା କି ଜିଲ୍ଲା ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଅଟେ । ରାଜ୍ୟ ସରକାରଙ୍କ ଅନୁଦାନ ବାଦ୍ ଜିଲ୍ଲା ପାଖରେ ୧୫ ହଜାର କୋଟିର ସ୍ୱତନ୍ତ୍ର ପାଣ୍ଠି ରହିଛି । ଏହାପରେ ମଧ୍ୟ ଜିଲ୍ଲା ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ଚିକିତ୍ସା କ୍ଷେତ୍ରରେ ବହୁ ପଛରେ ରହିଯାଇଛି । ରାଜ୍ୟରେ ୧୩ ଲକ୍ଷ ପରିବାର ଅପପୁଷ୍ଟିର ଶିକାର ହେଉଥିବା ବେଳେ କେଉଁଝର ଜିଲ୍ଲାରେ କେବଳ ୯୮,୯୧୮ ପରିବାର ରହିଛନ୍ତି ।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -୫ ଅନୁଯାୟୀ, କେଓନହାରର ୨୫.୯% ମହିଳାଙ୍କ ଦେହର ମାସ୍ ଇଣ୍ଡେକ୍ସ ସ୍ୱାଭାବିକଠାରୁ କମ୍, ଯାହା ହାରାହାରି ୨୦.୮% ଅଟେ। ସେହିଭଳି, କେଉଁଝରର ୭୪.୭% ଗର୍ଭବତୀ ମହିଳା ରାଜ୍ୟ ହାରାହାରି ୬୧.୮% ତୁଳନାରେ ରକ୍ତହୀନତା ହୋଇଥିବା ଜଣାଯାଇଛି। ଜିଲ୍ଲାରେ ଦେଶର ୨୬% ଲୁହାପଥର ଥିବା ବେଳେ ଜିଲ୍ଲା ମିନେରାଲ୍ ଫାଉଣ୍ଡେସନ୍ ର ୮,୫୮୩ କୋଟି ଟଙ୍କା ଏବଂ ଖଣି କାର୍ଯ୍ୟକଳାପ ଦ୍ୱାରା ପ୍ରଭାବିତ ଜନସଂଖ୍ୟାର କଲ୍ୟାଣ ପାଇଁ ଓଡ଼ିଶା ମିନେରାଲ୍ ବିରିଂ ଏରିଆ ଡେଭଲପମେଣ୍ଟ କର୍ପୋରେସନ୍ ଅଧୀନରେ ଜିଲ୍ଲାର ପ୍ରାୟ ୭,୦୦୦ କୋଟି ଟଙ୍କା ରହିଛି।
ତେବେ ବିଡ଼ମ୍ବନାର ବିଷୟ ଏହା କି ଜିଲ୍ଲା ଖଣିଜ ସମ୍ପଦରେ ପରିପୁର୍ଣ୍ଣ ହୋଇଥିଲେ ମଧ୍ୟ ଏହାର ଲୋକମାନେ ସାଧାରଣ ସୁବିଧା ସୁଯୋଗ ପାଇବାକୁ ସଂଘର୍ଷ କରୁଛନ୍ତି। ଯାହାର ସଦ୍ୟତମ ଉଦାହରଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମଡ଼କରୁ ଜଣାପଡୁଛି।