fbpx

ରିଙ୍କୁ ସିଂଙ୍କ ସଂଘର୍ଷର କାହାଣୀ: ଦିନେ ଝାଡୁ ଧରି ସଫେଇ କରୁଥିଲେ; ଏବେ ଏକାକୀ ଗୁଜୁରାଟର ମୁହଁରୁ ବିଜୟ ଛଡ଼ାଇ ଆଣିଲେ

ନୂଆଦିଲ୍ଲୀ: ଗୁଜରାଟ ଟାଇଟାନ୍ସ ଏବଂ କୋଲକାତା ନାଇଟ ରାଇଡ଼ର୍ସ ମଧ୍ୟରେ ରୋମାଂଚକର ମୁକାବିଲା ଦେଖିବାକୁ ମିଳିଛି। ଏହି ମ୍ୟାଚରେ ଶେଷ ୫ ଟି ବଲରେ ୫ ଟି ଛକା ମାରି ଇତିହାସ ରହିଛନ୍ତି ରିଙ୍କୁ ସିଂ। ନବମ ଯାଏ ପାଠ ପଢିଥିବା ରିଙ୍କୁ ଦିନେ ଥିଲା କାମ ନପାଇ ଅନ୍ୟଘରେ ଝାଡୁ ମାରୁଥିଲେ। କିନ୍ତୁ ନିଜର ଦୃଢ଼ ମନୋବଳ ଏବଂ କ୍ରିକେଟ ପ୍ରତି ଉତ୍ସାହ ପାଇଁ ଆଜି ସେ ଅସମ୍ଭବାକୁ ସମ୍ଭବ କରି ଦେଖାଇଛନ୍ତି। ଏହି ପ୍ରଦର୍ଶନ ପରେ କୋଲକାତା ଟିମ୍ ପାଇଁ ହିରୋ ହୋଇଯାଇଛନ୍ତି ଛୋଟ ସହରର ଏହି ବଡ଼ ତାରକା।

ଶେଷ ବଲରେ ଗୁଜୁରାଟ ଟାଇଟାନ୍ସ (ଜିଟି) ର ମୁହଁରୁ ବିଜୟ ଛଡ଼ାଇ ନେଇଥିବା ରିଙ୍କୁ ସିଂଙ୍କ କାହାଣୀ ଆପଣଙ୍କୁ କନ୍ଦେଇପାରେ। ୫ ଭାଇଭଉଣୀଙ୍କ ମଧ୍ୟରେ ରିଙ୍କୁ ତିନି ନମ୍ବରରେ। ରିଙ୍କୁ କୋଚିଂ ସେଣ୍ଟରରେ ଝାଡୁ ମାରୁଥିଲେ ମଧ୍ୟ ଅର୍ଥ ଅଭାବର ସାମ୍ନା କରି ସେ କ୍ରିକେଟର ହେବାର ସ୍ୱପ୍ନ ଛାଡି ନାହାଁନ୍ତି। ଆଉ ଦୃଢ଼ ଇଛା ଶକ୍ତି ବଳରେ ବର୍ତ୍ତମାନ ସେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ପାଇଁ ମ୍ୟାଚ୍ ବିଜୟୀ ପ୍ରଦର୍ଶନ କରିଛନ୍ତି।

ଅକ୍ଟୋବର ୧୨, ୧୯୯୭ ରେ ୟୁପିର ଆଲିଗଡରେ ଜନ୍ମ ହୋଇଥିବା ରିଙ୍କୁ ସିଂଙ୍କ କ୍ରିକେଟ୍ ଯାତ୍ରା ଏତେ ସହଜ ନଥିଲା। ୫ ଭାଇଭଉଣୀଙ୍କ ମଧ୍ୟରେ ରିଙ୍କୁ ସିଂ ତୃତୀୟ। ତାଙ୍କ ପିତା ଗ୍ୟାସ ସିଲିଣ୍ଡର ବିତରଣରେ କାମ କରୁଥିଲେ। ଏଭଳି ପରିସ୍ଥିତିରେ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ରିଙ୍କୁଙ୍କ କ୍ରିକେଟର ହେବାର ସ୍ୱପ୍ନ ଅଧାରେ ରହିଯିବ ଲାଗିଲା।

ହତାଶ ହୋଇ ରିଙ୍କୁ ସିଂ ଗୋଟିଏ ଥର ଚାକିରି କରିବାକୁ ସ୍ଥିର କଲେ, କିନ୍ତୁ ଅଧିକ ଶିକ୍ଷିତ ହୋଇ ନଥିବାରୁ ରିଙ୍କୁ ଭଲ ଚାକିରି ପାଇଁ ନଥିଲେ। ଏହି ସମୟରେ ରିଙ୍କୁ ଏକ କୋଚିଂ ସେଣ୍ଟରରେ ଝାଡୁ ପୋଛା କାମ ପାଇଥିଲେ, କିନ୍ତୁ ସେ ଏହି କାମ କରିପାରି ନଥିଲେ ଏବଂ ଚାକିରି ଛାଡି ଦେଇଥିଲେ। ଭଲ ପାଠ ହେଉ ନଥିବାରୁ ସେ ପାଠ ମଧ୍ୟ ପଢି ପାରୁ ନଥିଲେ। ଏହାପରେ ସେ କ୍ରିକେଟ୍ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ୍ ଭାବିଥିଲେ। ଏବଂ ସେ ଭାବି ନେଇଥିଲେ ଯେ, କେବଳ କ୍ରିକେଟ୍ ମୋତେ ଆଗକୁ ନେଇପାରିବ ଏବଂ ମୋର ଅନ୍ୟ କୌଣସି ବିକଳ୍ପ ନାହିଁ।

Get real time updates directly on you device, subscribe now.