fbpx

ମା’ କାଳୀଙ୍କର ଦେଶ ଉପରେ ରହିଛି ଆଶୀର୍ବାଦ: ନାଁ ନନେଇ ମମତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

Advertisement

ନୂଆଦିଲ୍ଲୀ: ଫିଲ୍ମ ‘କାଳୀ’ର ପୋଷ୍ଟର ପରେ ମା’କାଳୀଙ୍କ ଉପରେ ଦିଆଯାଇଥିବା ବୟାନବାଜି ଏବଂ ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କହିଛନ୍ତି ଯେ ମା’ କାଳୀଙ୍କର ଦେଶ ଉପରେ ଆଶୀର୍ବାଦ ରହିଛି । ମା’ କାଳୀଙ୍କ ଚେତନା ପୂରା ଭାରତର ଆସ୍ଥାରେ ରହିଛି । ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବୟାନକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଯୋଡ଼ି ଦେଖାଯାଉଛି । କାରଣ ତାଙ୍କ ପାର୍ଟୀ ଟିଏମସି ନେତ୍ରୀ ତଥା ସାଂସଦ ମହୁଆ ମୋଇତ୍ରା ମା’ କାଳୀଙ୍କୁ ନେଇ ବିବାଦୀୟ ବୟାନ ରଖିଥିଲେ । ମୋଇତ୍ରାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି ।

ରବିବାର ସ୍ୱାମୀ ଆତ୍ମସ୍ଥାନାନନ୍ଦ ଜୀଙ୍କ ଜନ୍ମ ଶତାବ୍ଦୀ କାର୍ଯ୍ୟକ୍ରମକୁ ରବିବାର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରିବା ସହ ପିଏମ ମୋଦୀ ରାମକୃଷ୍ଣ ପରମହଂସଙ୍କୁ ମନେ ପକାଇଥିଲେ ଏବଂ କହିଥିଲେ ଯେ ରାମକୃଷ୍ଣ ପରମହଂସ ଏକ ସନ୍ଥ ଥିଲେ ଯିଏକି ନିଜ ଆଖି ସାମ୍ନାରେ ମା’ କାଳୀଙ୍କୁ ଅନୁଭବ କରିଥିଲେ । ପିଏମ ମୋଦୀ ପଶ୍ଚିମବଙ୍ଗ କାଳୀ ପୂଜା ଏବଂ ସ୍ୱାମୀ ବିବେକାନନ୍ଦଙ୍କ ମଧ୍ୟ ଉଦାହରଣ ଦେଇଥିଲେ । ମୋଦୀ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦଙ୍କ ଶରୀର ଏଭଳି ଥିଲା କିନ୍ତୁ ମା’ କାଳୀଙ୍କ ଭକ୍ତିରେ ସେ ଛୋଟ ପିଲା ଭଳି ହେଉଯାଉଥିଲେ । ସ୍ୱାମୀ ଆତ୍ମସ୍ଥାନନ୍ଦଙ୍କ ଉପରେ ତାଙ୍କର ଅତୁଟ ବିଶ୍ୱାସ ଥିଲା । ମା’ କାଳୀଙ୍କ ଆଶୀର୍ବାଦ ସବୁବେଳେ ଭାରତ ସହ ରହିଛି ।

ପିଏମ ମୋଦୀଙ୍କ ବୟାନ ପରେ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲଭୀୟ ମହୁଆ ମୋଇତ୍ରାଙ୍କ ଟାର୍ଗେଟ କରି ଟ୍ୱିଟରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ପଶ୍ଚିମବଙ୍ଗ ପାଇଁ ନୁହେଁ ବରଂ ଭାରତ ପାଇଁ ମା’ କାଳୀଙ୍କୁ ଭକ୍ତିର କେନ୍ଦ୍ର ବୋଲି ସମ୍ମାନପୂର୍ବକ କହୁଛନ୍ତି । ଅନ୍ୟପଟେ ଟିଏମସି ସାଂସଦ ମା’ କାଳୀଙ୍କ ଅପମାନ କରୁଛନ୍ତି ଏବଂ ମମତା ବାନାଜୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ତାଙ୍କୁ ସୁରକ୍ଷା ଦେଉଛନ୍ତି ।

ପ୍ରକୃତରେ ମା’ କାଳୀଙ୍କ ପୋଷ୍ଟରକୁ ନେଇ ବିବାଦ ମଧ୍ୟରେ ଟିଏମସି ସାଂସଦ ମହୁଆ ମିତ୍ର କହିଥିଲେ ଯେ’ ତାଙ୍କ ପାଇଁ ଦେବୀ କାଳୀ ଜଣେ ମାଂସପ୍ରେମୀ, ମଦ୍ୟପାନ କରୁଥିବା ଦେବୀ। ସାଂସଦ ଏପରି ବିବୃତ୍ତି ଦେବା ପରେ ବିବାଦ ଉପୁଜିଥିଲା  । ସେପଟେ ଏଥିରୁ ନିଜକୁ ଦୂରେଇ ରଖି କହିଛି ଯେ ଏହା ମୋଇତ୍ରାଙ୍କ ବ୍ୟକ୍ତିଗତ ମତ ଦଳର ନୁହେଁ। ମୋଇତ୍ରା ତଥାପି ତାଙ୍କ ମନ୍ତବ୍ୟରେ ଅଟକି ରହିଛନ୍ତି ।

Get real time updates directly on you device, subscribe now.