fbpx

ମର୍ମନ୍ତୁଦ ଦୁର୍ଘଟଣା: ୨ ବାଇକ୍ ମୁହାଁମୁହିଁରେ ୨ ଜଣଙ୍କ ମୃତ୍ୟୁ

ଲମତାପୁଟ: ରାଜ୍ୟରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ବେଳେ ଏବେ ୨ ବାଇକ୍ ମୁହାଁମୁହିଁ ଧକ୍କା ହେବା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଜଲାଫୁଟ ଫାଣ୍ଡି ପାତ୍ରପୁର ଗାଁ ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଏବଂ ପୋଲିସ ପହଁଚି ଶବ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଡକାଇ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ ଘଟଣାର ତଦନ୍ତ ଚାଲିଛି ।

Get real time updates directly on you device, subscribe now.