fbpx

ଧସିଲା ରାସ୍ତା, କାର୍ ସହ ଫସିଗଲେ ଚାଳକ

ନୂଆଦିଲ୍ଲୀ: ମୁମ୍ବାଇ ଭଳି ଦିଲ୍ଲୀରେ ମଧ୍ୟ ଜାରି ରହିଛି ପ୍ରବଳ ବର୍ଷା । ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ଜଳ ଜଳବନ୍ଦୀ ହୋଇ ଜଣକର ମୃତ୍ୟୁ ମଧ୍ୟ ହୋଇଛି । ସେପଟେ ଆଜି ଦ୍ୱାରକା ଠାରେ ରାସ୍ତା ଧସିବା ଯୋଗୁଁ ହୋଇଥିବା ଖାଲରେ ଏକ ଗାଡ଼ି ଫସି ଯାଇଥିଲା । ଆଉ ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଘଟଣା ଅନୁଯାୟୀ ପ୍ରବଳ ବର୍ଷା ଯୋଗୁଁ ହଠାତ୍ ରାସ୍ତା ଧସିଯାଇଥିଲା ଏବଂ ଏକ ବିରାଟ ଗର୍ତ୍ତ ହୋଇଯାଇଥିଲା ଆଉ ଏହି ଗର୍ତ୍ତରେ କାର୍ ସହ ଫସିଯାଇଥିଲେ ଜଣେ ବ୍ୟକ୍ତି । ପରେ ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ କାର ଭିତରେ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ । ଉକ୍ତ ବ୍ୟକ୍ତି ଜଣକ ଦିଲ୍ଲୀ ଟ୍ରାଫିକ ପୋଲିସର ଜଣେ ସିପାହୀ । ସୂଚନାଯୋଗ୍ୟ, ଦିଲ୍ଲୀରେ ଆଗାମୀ ତିନିଦିନ ପାଇଁ ଲଗାଣ ବର୍ଷା ପାଇଁ ଆଲର୍ଟ ଜାରିକରାଯାଇଛି । ଦିଲ୍ଲୀ ସରକାର ୨୪ ଘଣ୍ଟା ପାଇଁ ସବୁ ସରକାରୀ ଅଧିକାରୀଙ୍କୁ ଉପଲବ୍ଧ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.