ଭୁଜାଲିରେ ଆକ୍ରମଣ କଲେ, ପରେ ଟଙ୍କା ଛଡ଼ାଇ ନେଲେ ୩ ଦୁର୍ବୃତ୍ତ
ବରଗଡ଼ରେ ୨ଜଣ ବ୍ୟକ୍ତିଙ୍କୁ ଭୁଜାଲିରେ ଆକ୍ରମଣ କରି, ନେଇଗଲେ ଟଙ୍କା
ବରଗଡ଼: ଏକ ଲୁଟ୍ ଘଟଣା ବରଗଡ଼ରୁ ସାମ୍ନାକୁ ଆସିଛି। ଏଠାରେ ଦୁର୍ବୃତ୍ତମାନେ ୨ଜଣ ବ୍ୟକ୍ତିଙ୍କୁ ଛୁରୀରେ ଆକ୍ରମଣ କରିଛନ୍ତି। ଏହାପରେ ସେମାନଙ୍କ ପାଖରେ ଥିବା ବିପୁଳ ପରିମାଣର ଟଙ୍କାକୁ ଛଡାଇ ନେଇଥିବା ଜଣାପଡିଛି।
ସୂଚନାନୁଯାୟୀ, ପର୍ଥଲା ଛକ ନିକଟରେ ୨ ଜଣ ଯୁବକଙ୍କୁ ମରାଣାନ୍ତକ ଅକ୍ରମଣ ପରେ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ୩ ଜଣ ଦୁର୍ବୃତ୍ତ ସ୍କୁଟିରେ ଆସି ଆକ୍ରମଣ କରିଥିଲେ।
ଆକ୍ରମଣ ପରେ ସେମାନଙ୍କ ପାଖରେ ଥିବା ଟଙ୍କା ଛଡ଼ାଇ ନେଇଛନ୍ତି। ୨ ଗୁରୁତର ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।