fbpx

କାବୁଲ ବିମାନବନ୍ଦର ନିକଟରେ ପୁଣିଥରେ ଏୟାରଷ୍ଟ୍ରାଇକ, ସାମ୍ନାକୁ ଆସିଲା ଭିଡିଓ

କାବୁଲ : ଆଫଗାନିସ୍ତାନରେ ତାଲିବାନର କବଜା ପରେ ବୋମା ବିସ୍ଫୋରଣ ସଂଖ୍ୟା ବଢ଼ିବାରେ ଲାଗିଛି । ରବିବାର ଦିନ ଆମେରିକାର ଡ୍ରୋନ୍ ଷ୍ଟ୍ରାଇକ୍ ପରେ ସୋମବାର ସକାଳେ ପୁଣି କାବୁଲ ବିମାନବନ୍ଦର ନିକଟରେ ରକେଟର ଶବ୍ଦ ଶୁଣିବାକୁ ମିଳିଥିଲା । ସକାଳ ପ୍ରାୟ ୬ଟା ୪୦ରେ କାବୁଲ ବିମାନବନ୍ଦରରେ ରକେଟ୍ ଆକ୍ରମଣ କରାଯାଇଥିଲା । ଗୋଟିଏ ଗାଡ଼ିରୁ ରକେଟକୁ ଟାର୍ଗେଟ କରାଯାଇଥିବା ସୂଚନା ମିଳିଛି ।

ରିପୋର୍ଟ ମିଳିଛି ଯେ, ସୋମବାର ସକାଳେ ଆଫଗାନିସ୍ତାନର ରାଜଧାନୀ କାବୁଲ ଉପରେ ରକେଟ୍ ଟାର୍ଗେଟ କରାଯାଇଥିଲା । ରକେଟ୍ କାରଣରୁ ଅନେକ ସ୍ଥାନ ଧୂଆଁମୟ ହୋଇଛି । ଅନେକ ସ୍ଥାନରେ ନିଆଁ ଲାଗିଯାଇଥିବା ବେଳେ କିଛି ଯାନବାହନ କ୍ଷତିଗ୍ରସ୍ତ ହୋଇଛି । । ଏଜେନ୍ସି ଅନୁଯାୟୀ, କାବୁଲ ବିମାନବନ୍ଦର ନିକଟରେ ରହୁଥିବା ଲୋକମାନେ କହିଛନ୍ତି ଯେ ସେମାନେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ସିଷ୍ଟମର ଆକ୍ଟିଭ ହେବାର ଶବ୍ଦ ଶୁଣିଛନ୍ତି । ଏହି ସମୟରେ ବିମାନବନ୍ଦର ନିକଟରେ ଖାଲି ଧୂଆଁ ଉଠୁଥିବାର ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.