fbpx

T20 WC 2022: ଆଫ୍ରିକା ବିପକ୍ଷରେ ଟସ୍ ପକାଇ ରେକର୍ଡ ଭାଙ୍ଗିଲେ ରୋହିତ, ବିଶ୍ୱକପରେ ରଚିଲେ ଇତିହାସ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟସ ଜିତି ଏବେବ୍ୟାଟିଂ ଆରମ୍ଭ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଅଧିନାୟକ ରୋହିତ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି । ଦମଦାର ଫର୍ମରେ ଥିବା ଅଲରାଉଣ୍ଡର ଅକ୍ସର ପଟେଲଙ୍କ ସ୍ଥାନରେ ଦଳରେ ଦୀପକ ହୁଡ୍ଡାଙ୍କୁ ସାମିଲ କରିଛନ୍ତି । ତେବେ ଏହି ମ୍ୟାଚରେ ଟସ ପକାଇବା ପରେ ରୋହିତ ଶର୍ମାଙ୍କ ନାଁରେ ଏକ ଇତିହାସ ଲେଖା ହୋଇଛି । ଟି-୨୦ ବିଶ୍ୱକପରେ ଏକ ବିଶାଳ ରେକର୍ଡର ଅଧିକାରୀ ହୋଇଛନ୍ତି ରୋହିତ ।

ଚଳିତ ବିଶ୍ୱକପର ତୃତୀୟ ମ୍ୟାଚରେ ସାଉଥ ଆଫ୍ରିକାକୁ ଭେଟିଛି ଟିମ ଇଣ୍ଡିଆ । ତେବେ ଏହି ମ୍ୟାଚରେ ମଇଦାନକୁ ଓହ୍ଲାଇବା ମାତ୍ରେ ଦଳର ଅଧିନାୟକ ରୋହିତ ଶର୍ମା କରିଛନ୍ତି ବିଶ୍ୱ ରେକର୍ଡ । ଟି-୨୦ ବିଶ୍ୱକପ ଇତିହାସରେ ସବୁଠୁ ଅଧିକ ମ୍ୟାଚ ଖେଳିଥିବା କ୍ରିକେଟରଙ୍କ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଏବେ ପର୍ଯ୍ୟନ୍ତ ସେ ମୋଟ ୩୬ଟି ଟି-୨୦ ବିଶ୍ୱକପ ମ୍ୟାଚ ଖେଳି ସାରିଛନ୍ତି । ୨୦୦୭ ଟି-୨୦ ବିଶ୍ୱକପର ପ୍ରଥମ ସିଜନରେ ମଧ୍ୟ ସେ ଦଳ ସହିତ ରହିଥିଲେ । ଏବେ ୨୦୨୨ ଟୁର୍ଣ୍ଣାମଣ୍ଟରେ ଦଳର ନେତୃତ୍ୱ ନେଉଛନ୍ତି ରୋହିତ ।

ତେବେ ଆଜିର ମ୍ୟାଚ ତାଙ୍କ ପାଇଁ ଖୁବ ସ୍ପେଶାଲ ହୋଇଥିବା ବେଳେ ସେ ଏହାକୁ ସ୍ମରଣୀୟ କରିପାରିନାହାନ୍ତି । ଏହି ଐତିହାସିକ ମ୍ୟାଚକୁ ସେ ଏକ ବିଶାଳ ଛକା ସହିତ ଆରମ୍ଭ କରିଥିଲେ । କିନ୍ତୁ ବଡ ସ୍କୋର କରିବା ପୂର୍ବରୁ ପାଭିଲିୟନ ଫେରିଛନ୍ତି ରୋହିତ । ୧୪ ବଲରୁ ଗୋଟିଏ ଛକା ଏବଂ ଗୋଟିଏ ଚୌକା ସହ ୧୫ ରନ କରି ରୋହିତ ନିଜ ୱିକେଟ ହରାଇଛନ୍ତି । ଲୁଙ୍ଗି ଏନଗିଡିଙ୍କ ବଲରେ କ୍ୟାଚ ହୋଇ ପାଭିଲିୟନ ଫେରିଛନ୍ତି ହିଟମ୍ୟାନ ରୋହିତ ଶର୍ମା ।

Get real time updates directly on you device, subscribe now.