fbpx

ଫୁଟବଲ୍ ଟିମକୁ ଚିୟର କରୁଥିଲେ ରୋହିତ ଶର୍ମା, କ୍ଷୁବ୍ଧ ପ୍ରଶଂସକ କହିଲେ- ନିଜେ ତ ଆଗେ ଜିତ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ସବୁଠୁ ଖରାପ ଅବସ୍ଥା ଦେଇ ଗତି କରୁଛି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ମୁମ୍ବାଇ ଖେଳିଥିବା ସମସ୍ତ ୮ଟି ମ୍ୟାଚରେ ପରାଜିତ ହୋଇଛି। ଦଳ ପାଇଁ ପ୍ରଥମ ବିଜୟ ହାସଲ କରିବା ଦୁଃସ୍ଵପ୍ନ ପାଲଟି ଯାଇଛି। ଏହା ମଧ୍ୟରେ ରୋହିତ ଶର୍ମାଙ୍କୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡିଛି।

ମଙ୍ଗଳବାର ବିଳମ୍ବିତ ରାତିରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଟଋୠଇ ଚାମ୍ପିଅନ୍ସ ଲିଗ୍ ୨୦୨୨ର ସେମି ଫାଇନାଲ ଲିଗ୍-୧ ମ୍ୟାଚ୍ ଖେଳାଯାଉଥିଲା। ଏହି ମୁକାବିଲାରେ ମାଞ୍ଚେଷ୍ଟର ସିଟି ରିୟଲ ମାଦ୍ରିଦକୁ ୪-୩ରେ ଗୋଲରେ ମାତ୍ ଦେଇଛି। ଏହି ସମୟରେ ରୋହିତ ଶର୍ମା ରିୟଲ ମାଦ୍ରିଦ ଦଳକୁ ସମର୍ଥନ କରୁଥିଲେ। ସେ ଏହାକୁ ନେଇ ଏକ ଟୁଇଟ୍ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି କମ ଅନ ମାଦ୍ରିଦ।

 

 

ଏହା ଉପରେ ୟୁଜର୍ସ କ୍ଷୁବ୍ଧ ହୋଇଛନ୍ତି। ୟୁଜର୍ସ ପ୍ରତିକ୍ରିୟା ଦେଇ ରୋହିତ ଶର୍ମାଙ୍କୁ ଖୁବ୍ ଟ୍ରୋଲ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ନିଜେ ଗୋଟିଏ ମ୍ୟାଚ୍ ଜିତି ପାରୁନ ! ଅନ୍ୟ ଜଣେ ୟୁଜର ଲେଖିଛନ୍ତି- ନିଅ ଏବେ ରିୟଲ ମାଦ୍ରିଦ ବି ହାରିଗଲା। ଆଉ ଜଣେ ପ୍ରଶଂସକ ଲେଖିଛନ୍ତି ଚୁପ କର ଭଡା ପାବ। ଗୋଟିଏ ମ୍ୟାଚ୍ ତ ଜିତି ପାରିନ।

 

ସୂଚନାଯୋଗ୍ୟ, ଚଳିତ ଆଇପିଏଲରେ ମୁମ୍ବାଇ ୮ଟି ମ୍ୟାଚ୍ ଖେଳି ସବୁ ହାରି ସାରିଛି। ଦଳକୁ ଦିଲ୍ଲୀ କ୍ୟାପିଟାଲ୍ସ, ରାଜସ୍ଥାନ ରୟାଲ୍ସ, କୋଲକାତା ନାଇଟ୍ ରାଇଡର୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ପଞ୍ଜାବ କିଙ୍ଗ୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ(ଦୁଇ ଥର ହରାଇଛି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ହରାଇଛନ୍ତି। ମୁମ୍ବାଇ ଦଳକୁ ଏବେ ଆଉ ଛଅଟି ମ୍ୟାଚ୍ ଖେଳିବା ବାକି ରହିଛି। ଏହି ମୁକାବିଲା ରାଜସ୍ଥାନ ରୟାଲ୍ସ, ଗୁଜରାଟ ଟାଇଟନ୍ସ, କୋଲକାତା ନାଇଟ୍ ରାଇଡର୍ସ, ଚେନ୍ନାଇ ସୁପର କିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରହିଛି।

Get real time updates directly on you device, subscribe now.