fbpx

କୋହଲିଙ୍କ ହାତରୁ ଖସିବ ଅଧିନାୟକ ଦାୟିତ୍ୱ, ଖୁବ୍ ଶୀଘ୍ର ଟି-୨୦ ସହ ଦିନିକିଆ ଦଳର ନେତୃତ୍ୱ ନେବେ ରୋହିତ !

Advertisement

ନୂଆଦିଲ୍ଲୀ : ବିରାଟ କୋହଲି ଟି-୨୦ ବିଶ୍ୱ କପ ପରେ ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ଛାଡିବେ । ସେ ଏହାର ଘୋଷଣା ପୂର୍ବରୁ କରି ସାରିଛନ୍ତି । ହେଲେ ଏବେ ବଡ ଖବର ଆସିଛି ଯେ, ଆଗାମୀ କିଛି ଦିନରେ ରୋହିତ ଶର୍ମାଙ୍କୁ ଟି-୨୦ ସହିତ ଦିନିକିଆ ଦଳର ଅଧିନାୟକ ମଧ୍ୟ କରାଯିବ । ଆସନ୍ତା ସପ୍ତାହରେ ଚୟନ କମିଟି ଏହା ଉପରେ ନିଷ୍ପତ୍ତି ନେଇ ପାରନ୍ତି । ଚୟନକର୍ତ୍ତା କେବଳ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ୍ ପାଇଁ ଭାରତୀୟ ଦଳ ଚୟନ କରିବେ । ରୋହିତ ଶର୍ମାଙ୍କୁ ଉଭୟ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ କରାଯିବାର ସମ୍ଭାବନା ରହିଛି । କୋହଲିଙ୍କ ହାତରୁ ଦିନିକିଆ ଅଧିନାୟକ ଦାୟିତ୍ୱ କାଢି ନିଆଯିବା ଉପରେ ବିସିସିଆଇ ବିଚାର କରୁଛି ।

କୋହଲି ଗତ ଦିନରେ ଟି-୨୦ ଦଳରୁ ଅଧିନାୟକ ଛାଡିବେ ବୋଲି ଘୋଷଣା କରିଥିଲେ । ମାତ୍ର ରୋହିତଙ୍କୁ ଏବେ ଟି-୨୦ ସହିତ ଦିନିକିଆ ଦଳର ଅଧିନାୟକ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଇନସାଇଡ୍ ସ୍ପୋର୍ଟ୍ସର ଖବର ଅନୁଯାୟୀ, ବରିଷ୍ଠ ସଦସ୍ୟଙ୍କ କହିବା କଥା ଟି-୨୦ ଏବଂ ଦିନିିକିଆ ଦଳ ପାଇଁ ଅଲଗା ଅଲଗା ଅଧିନାୟକ କରାଗଲେ ଦଳ ଲାଭବାନ ହେବ ନାହିଁ ।

କୋହଲି ଟି-୨୦ ଦଳର ଅଧିନାୟକ ପଦ ଛାଡିବାକୁ ଘୋଷଣା କରିଥିଲେ ମଧ୍ୟ ସେ ବର୍ତ୍ତମାନ ଦିନିକିଆ ଦଳର ଅଧିନାୟକ ଅଛନ୍ତି । ମାତ୍ର ୟୁଏଇରେ ଖେଳାଯାଉଥିବା ଟି-୨୦ ବିଶ୍ୱ କପରେ ଭାରତୀୟ ଦଳର ନିରାଶଜନକ ପ୍ରଦର୍ଶନ ବିସିସିଆଇ ଓ ଚୟନକର୍ତ୍ତାଙ୍କୁ ଚିନ୍ତାରେ ପକାଇଛି । ୨୦୨୩ରେ ଭାରତରେ ବିଶ୍ୱ କପ୍ ଖେଳାଯିବ ଏବଂ ୨୦୨୨ରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱ କପ୍ ଖେଳାଯିବ । ତେଣୁ ବିସିସିଆଇ ହୃଦବୋଧ କରୁଛି ଯେ, ଦୁଇ ଫର୍ମାଟରେ ଅଲଗା ଅଲଗା ଅଧିନାୟକର କୌଣସି ଅର୍ଥ ନାହିଁ । ତେଣୁ ବୋର୍ଡର ବରିଷ୍ଠ ସଦସ୍ୟ ଟି-୨୦ ଏବଂ ଦିନିକିଆ ପାଇଁ ଭିନ୍ନ ଭିନ୍ନ ଅଧିନାୟକ କରାଯିବା ପକ୍ଷରେ ନାହାନ୍ତି ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ତିନୋଟି ଫର୍ମାଟରେ ତିନି ଜଣ ଅଧିନାୟକ କରାଯିବା ଦଳ ହିତର ବିପରୀତ ହେବ । ଆମେ ଚାହୁଁଛୁ ଆଇଡିଆ ଓ ଡିରେକ୍ସନ ବହୁତ ସହଜ ପ୍ରକ୍ରିୟାରେ ହେଉ । ଆମକୁ ଲାଗୁଛି ଭାରତୀୟ ଦଳର ଅଧିନାୟକ ଓ ଟି-୨୦ରେ ଜଣେ ଅଧିନାୟକ ହେବା ଉଚିତ୍ । ବର୍ତ୍ତମାନର ଯୋଜନା ଅନୁଯାୟୀ, ରୋହିତ ଶର୍ମା ଜଣେ ଭଲ ବିକଳ୍ପ । ଚୟନକର୍ତ୍ତା ପରବର୍ତ୍ତୀ ବୈଠକରେ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେଇ ପାରନ୍ତି ।

ଟି-୨୦ ବିଶ୍ୱ କପ୍ ପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ଟି-୨୦ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳାଯିବ । ପ୍ରଥମ ଟି-୨୦ ମ୍ୟାଚ୍ ନଭେମ୍ବର ୧୭ରେ ଜୟପୁରରେ ଖେଳାଯିବ । ଏହା ପରେ ନଭେମ୍ବର ୧୯ରେ ରାଞ୍ଚିରେ ଦ୍ୱିତୀୟ ଟି-୨୦ ଏବଂ ନଭେମ୍ବର ୨୧ରେ କୋଲକାତାରେ ତୃତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ନଭେମ୍ବର ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ କାନପୁରରେ ପ୍ରଥମ ଟେଷ୍ଟ ଏବଂ ଡିସେମ୍ବର ୩ରୁ ୭ ତାରିଖ ଯାଏଁ ମୁମ୍ବାଇରେ ଦ୍ୱିତୀୟ ତଥା ଶେଷ ଟେଷ୍ଟ ଖେଳାଯିବ ।

Get real time updates directly on you device, subscribe now.