fbpx

ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା

ଭୁବନେଶ୍ୱର,୧୯ ।୨(ଓଡିଶା ଭାସ୍କର): ମୟୂରଭଞ୍ଜ ଜିଲ୍ଲାର ସାରକଣାଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ମଧ୍ୟରୁ ୪ ଓଡ଼ିଶାଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ମୟୂରଭଞ୍ଜ ଜିଲ୍ଲା ବାରିପଦା-ଅମର୍ଦା ରାଜ୍ୟ ରାଜପଥର ଶୀର୍ଷାପାଳ ଛକରେ ଗୁରୁବାର ପୂର୍ବାହ୍ନରେ ସିରିଜ ଦୁର୍ଘଟଣା ଘଟିଥିଲା । ଗୋଟିଏ ଟ୍ରକ ଧକ୍କାରେ ତିନିଟି ଅଟୋକୁ ସିରିଜ ଧକ୍କା ଦେବାରୁ ଘଟଣାସ୍ଥଳରେ ଅଟୋଗୁଡିକ ଭାଙ୍ଗିରୁଜି ଯିବା ସହିତ ଚାରିଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ନିୟମିତ ଦୁର୍ଘଟଣା ଘଟୁଥିବାରୁ ତିନିଦଫା ଦାବିରେ ଉତ୍ୟକ୍ତ ଅଞ୍ଚଳବାସୀ ଶୀର୍ଷାପାଳ ଛକରେ ରାସ୍ତା ଅବରୋଧ କରିବା ସହିତ ଧାରଣାରେ ବସିଥିଲେ ।

Get real time updates directly on you device, subscribe now.