fbpx

ବର୍ଷେରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏବେବି ଲୋକଙ୍କ ପାଖରେ ଅଛି ୭୫୦୦ କୋଟିରୁ ଅଧିକ ୨୦୦୦ ଟଙ୍କିଆ ନୋଟ୍

Advertisement

ମୁମ୍ୱାଇ: ଦୁଇ ହଜାର ଟଙ୍କିଆ ନୋଟ୍ ଅଚଳ ହେବାର ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ରିଜର୍ଭ ବ୍ୟାଙ୍କକୁ ମିଳିନି ସବୁ ନୋଟ୍। ବର୍ତ୍ତମାନର ରିପୋର୍ଟ ଅନୁଯାୟୀ ଏବେ ବି ଲୋକଙ୍କ ପାଖରେ ପଡ଼ି ରହିଛି ୨୦୦୦ ଟଙ୍କିଆ ୭୫୦୦ କୋଟିରୁ ଅଧିକ ଟଙ୍କାର ନୋଟ୍। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ବିବୃତିରେ ଏହି ସୂଚନା ଦିଆଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍.ବି.ଆଇ) ସୋମବାର କହିଛି ଯେ ୨୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୮୭ ପ୍ରତିଶତ ଜବତ ହୋଇଛି।

ତେବେ ଆରବିଆଇକୁ ଏପର୍ଯ୍ୟନ୍ତ ଫେରସ୍ତ ହୋଇନଥିବା ୨୦୦୦ ଟଙ୍କିଆ ନୋଟର ମୂଲ୍ୟ ୭୫୮୧ କୋଟି ଟଙ୍କା ରହିଛି । ଅର୍ଥାତ୍ ଲୋକଙ୍କ ପାଖରେ ୭୫୦୦ କୋଟିରୁ ଅଧିକ ମୂଲ୍ୟର ୨ ହଜାର ଟଙ୍କିଆ ନୋଟ୍ ପଡ଼ିରହିଛି। ରିଜର୍ଭ ବ୍ୟାଙ୍କ ଗତ ବର୍ଷ ମେ ୧୯ ତାରିଖରେ ୨୦ ଟଙ୍କିଆ ନୋଟ୍ କୁ ପ୍ରଚଳନରୁ ହଟାଇବାକୁ ଘୋଷଣା କରିଥିଲା। ସେତେବେଳେ ୨୦ ଟଙ୍କିଆ ୩.୫୬ ଲକ୍ଷ କୋଟି ଟଙ୍କାର ନୋଟ୍ ପ୍ରଚଳନରେ ଥିଲା। ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ୨୦ ଟଙ୍କିଆ ନୋଟ୍ ପ୍ରଚଳନ କରାଯାଇଥିଲା।

ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ କରାଯାଇଥିଲା। ସେହି ସମୟରେ ଅଧିକ ପରିମାଣର କ୍ୟାସ୍ ର ଆବଶ୍ୟକତା ଥିଲା। ଯାହା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟ୍ ବଜାରକୁ ଆଣିବାକୁ ନିଷ୍ପତ୍ତି ନେଇଥିଲା। ପରେ ବଜାରରେ ପର୍ଯ୍ୟାପ୍ତ ପରିମାଣର ମୁଦ୍ରା ଆସିବା ପରେ ସେଣ୍ଟ୍ରାଲ ବ୍ୟାଙ୍କ ୨ ହଜାର ଟଙ୍କିଆ ବଡ ନୋଟ୍ କୁ ଫେରାଇ ନେବାବାକୁ ନିଷ୍ପତ୍ତି ନିଆଯାଇଥିଲା।

Get real time updates directly on you device, subscribe now.