fbpx

୮୧୫ ଟଙ୍କାର ଏଲପିଜି ଗ୍ୟାସ ସିଲିଣ୍ଡର କେବଳ ୧୫ ଟଙ୍କାରେ, ଜାଣନ୍ତୁ କେଉଁଠି ମିଳିଛି ଏହି ଅଫର

ନୂଆଦିଲ୍ଲୀ: ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ୍ ଗତ ୬ ମାସ ହେବ ବଢିଚାଲିଛି । ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ଏବେ ଦିଲ୍ଲୀରେ ୮୧୫ ଟଙ୍କା ରହିଥିବା ବେଳେ ଅନ୍ୟ ସହରରେ ଦାମ ଏହାର ପାଖାପାଖି ରହିଛି । କିନ୍ତୁ ଆପଣ ୮୧୫ ଟଙ୍କାରେ ମିଳୁଥିବା ଗ୍ୟାସ ସିଲିଣ୍ଡରରେ ୮୦୦ ଟଙ୍କା ସଞ୍ଚୟ କରିପାରିବେ । ଆପଣଙ୍କୁ ଏହି ଅଫର ପେଟିଏମ ଦ୍ୱାରା ଦିଆଯାଉଛି ।

ତେବେ ଏଲପିଜି ବୁକିଂ ଏବଂ ପେମେଣ୍ଟ ଉପରେ ଗ୍ରାହକଙ୍କୁ ଏହି ବମ୍ପର ଅଫର ପ୍ରଦାନ କରିଛି ପେଟିଏମ୍ । ଆପଣ ସିଧାସଳଖ ଆପଣଙ୍କ ସିଲିଣ୍ଡରରେ ୮୦୦ ଟଙ୍କା ସଞ୍ଚୟ କରିପାରିବେ । ଅର୍ଥାତ୍ ଆପଣ ମାତ୍ର ୧୫ ଟଙ୍କା ପାଇଁ ୮୧୫ ଟଙ୍କା ଗ୍ୟାସ୍ ସିଲିଣ୍ଡର ପାଇପାରିବେ ।

ଏହି ଅଫର କେବଳ ଏହି ମାସ ପାଇଁ ଉପଲବ୍ଧ ରହିବ । ଭାରତ ପେଟ୍ରୋଲିୟମ କମ୍ପାନୀର ଭାରତ ଗ୍ୟାସ ସିଲିଣ୍ଡରର ବୁକିଂରେ ଆପଣଙ୍କୁ ଏହି ଅଫର ଦିଆଯାଉଛି । ଏହି କ୍ୟାସବ୍ୟାକ୍ ଅଫର ଅନୁଯାୟୀ, ଯଦି ଜଣେ ଗ୍ରାହକ ପ୍ରଥମ ଥର ପାଇଁ ପେଟିଏମ୍ ଆପ୍ ମାଧ୍ୟମରେ ଭାରତ ଗ୍ୟାସ୍ ସିଲିଣ୍ଡର ପାଇଁ ବୁକିଂ କରନ୍ତି, ତେବେ ସେ ୮୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ ।

Get real time updates directly on you device, subscribe now.