ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରୀ ଦେଶରେ ମାଡ଼ି ଚାଲିଛି । ତେବେ ଜନସାଧାରଣଙ୍କୁ ସରକାର ଆବଶ୍ୟକ ମୁତାବକ ଟିକା ଯୋଗାଉ ଦେଉଛନ୍ତି । ଟିକା ଗ୍ରହଣ କରୁଥିବା ବ୍ୟକ୍ତିମାନେ ଏପରି କିଛି ଦିଗ ପ୍ରତି ନିଶ୍ଚିତ ଭାବେ ଧ୍ୟାନ ଦେବା ଜରୁରୀ । ନଚେତ ଏହା ଆପଣଙ୍କର ସ୍ୱାସ୍ଥ୍ୟକୁ ଖରାପ କରିବାର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା ସେ ବିଷୟରେ:-
– ଅନେକ ଲୋକଙ୍କ ଠାରେ ଟିକା ନେବାର ୨୪ ଘଣ୍ଟାରେ ସାଇଡ୍ ଇଫେକ୍ଟ ଦେଖାଦେଉଛି । ତେଣୁ ଟିକା ଗ୍ରହଣ କରିବା ପରେ ସଙ୍ଗେସଙ୍ଗେ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ଅତି କମରେ ୨ରୁ ୩ ଦିନ ପର୍ଯ୍ୟନ୍ତ ଘରେ ରହି ଆରାମ କରନ୍ତୁ ।
– ଭ୍ୟାକ୍ସିନର ପ୍ରଥମ ଡୋଜ୍ ନେଉଥିବା ବ୍ୟକ୍ତିମାନେ ଭିଡ଼, ଗହଳିକୁ ଯିବା ଅନୁଚିତ । ଦ୍ୱିତୀୟ ଡୋଜ୍ ନ ନେବା ପର୍ଯ୍ୟନ୍ତ ଆପଣ ନିଜର ଧ୍ୟାନ ରଖିବା ଜରୁରୀ । ଏପରି ସମସ୍ତ ଡୋଜ୍ ନେବା ପରେ ମଧ୍ୟ ସମସ୍ତ ନୀତି ମାନିବା ଚଳିବା ଜରୁରୀ ।
– ଭ୍ୟାକ୍ସିନ ନେବାର ଦୁଇରୁ ତିନି ପର୍ଯ୍ୟନ୍ତ ମଦ, ସିଗାରେଟ୍ ଆଦିରୁ ଦୂରେଇ ରୁହନ୍ତୁ । ଏଥିସହିତ ବାହାରର କୌଣସି ଖାଦ୍ୟ ସେବନ କରିବା ଅନୁଚିତ ।
– ଯଦି ଆପଣଙ୍କର ପୂର୍ବରୁ ଆଲର୍ଜି ସମସ୍ୟା ଥାଏ, ତେବେ ଅଧିକ ସାବଧାନ ରୁହନ୍ତୁ । ଟିକା ନେବା ପରେ ନିଜର ଯତ୍ନ ନିଅନ୍ତୁ । ଯଦି କୌଣସି ସମସ୍ୟା ଦେଖାଦିଏ, ତେବେ ସଙ୍ଗେସଙ୍ଗେ ଡାକ୍ତର ସହ ସମ୍ପର୍କ କରନ୍ତୁ ।